Advertisement

୬ ଦିନିଆ ସିଙ୍ଗାପୁର ଗସ୍ତରେ ମୁଖମନ୍ତ୍ରୀ

ଭୁବନେଶ୍ୱର,୧୬।୧୧: ବିଦେଶରୁ ଓଡ଼ିଶାକୁ ଆସିବ ନିବେଶ। ସିଙ୍ଗାପୁରରେ ଶିଳ୍ପ ଜଗତର ଶୀର୍ଷ ନେତୃତ୍ୱଙ୍କୁ ଭେଟି ଓଡ଼ିଶାକୁ ନିମନ୍ତ୍ରଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏ ନେଇ ସେ ୬ ଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ବରିଷ୍ଠ ପ୍ରତିନିଧି ମଣ୍ଡଳୀ ମଧ୍ୟ ରହିଛନ୍ତି।
ସିଙ୍ଗାପୁର ଯିବା ଆଗରୁ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଜଗନ୍ନାଥଙ୍କ ଆର୍ଶୀବାଦରେ ଓ ପ୍ରଧାନମନ୍ତ୍ରୀଙ୍କ ମାର୍ଗ ଦର୍ଶନରେ ବରିଷ୍ଠ ପ୍ରତିନିଧିମଣ୍ଡଳୀ ସହିତ ସିଙ୍ଗାପୁର ଯାଉଛି। ମୁଁ ଆଶା କରୁଛି ଯେ, ଯେତେବଳେ ସାରା ବିଶ୍ୱରୁ ଇନଭେଷ୍ଟରମାନେ ଭାରତରେ ଇନଭେଷ୍ଟ କରିବା ପାଇଁ ଚାହିଁବେ ସେତେବେଳେ ଓଡ଼ିଶା ସେମାନଙ୍କର ପ୍ରଥମ ପ୍ରସନ୍ଦ ହେବ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଶିଳ୍ପାୟନ ପାଇଁ ସିଙ୍ଗାପୁର ପ୍ରସିଦ୍ଧ। ସେଠାରେ କେମିକାଲସ, ପେଟ୍ରୋ କେମିକାଲ୍ସ, ଗ୍ରୀନ ଏନର୍ଜି, ସେମିକଣ୍ଡକ୍ଟର, ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ବିଶ୍ୱର ବଡ଼ ବଡ଼ କମ୍ପାନୀ କାମକରୁଛିି। ସେହି କମ୍ପାନୀର ଶୀର୍ଷ ନେତୃତ୍ୱଙ୍କ ସହ ଓ ଆଲୋଚନା ହେବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share