ବରଗଡ଼,୨୦।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନିକିଆ ବରଗଡ଼ ଜିଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି । ପ୍ରଥମେ ଜିଲାର ବିଜେପୁର ବ୍ଲକର କନାପାଲିରେ ପହଞ୍ଚି ଗଙ୍ଗାଧର ପ୍ରକଳ୍ପର ମଡେଲସ୍ଥଳକୁ ପରିଦର୍ଶନ କରିଥିଲେ। ପରେ ଆୟୋଜିତ ଜନସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେଇଥିଲେ ।
ମୁଖ୍ୟମନ୍ତ୍ରୀ କନାପାଲି ସଭାସ୍ଥଳରୁ ୧୮୦୬.୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ବହୁ ପ୍ରତୀକ୍ଷିତ ତିନି ପ୍ରକଳ୍ପ ଗଙ୍ଗାଧର ମେହେର ଜଳସେଚନ, ବରଗଡ଼ କ୍ୟାନସର ହସ୍ପିଟାଲ ଓ ନୃସିଂହନାଥ ଉନ୍ନୟନ ପ୍ରକଳ୍ପ ଲୋକାର୍ପଣ କରିଛନ୍ତି ।
୧୬୭୭.୪୨ କୋଟି ଟଙ୍କା ବ୍ୟୟରେ ଗଙ୍ଗାଧର ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଥିବା ବେଳେ ୧୦୬.୬ କୋଟି ଟଙ୍କାରେ ୧୦୦ ଶଯ୍ୟା ବିଶିଷ୍ଟ ବରଗଡ଼ କ୍ୟାନସର ହସ୍ପିଟାଲ ଓ ୨୨.୭୮କୋଟି ଟଙ୍କା ବ୍ୟୟରେ ନିର୍ମିତ ନୃସିଂହନାଥ ପୀଠର ବିକାଶ ଓ ରୂପାନ୍ତରଣ କାର୍ଯ୍ୟ ହୋଇଛି ।