ପ୍ଲାଜମା ଦାନ କରିବା ନେଇ ଅଗ୍ନିଶମ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ଅଗ୍ନିଶମ କର୍ମଚାରୀ ଗୁରୁତର ଅସୁସ୍ଥ କରୋନା ରୋଗୀଙ୍କୁ ପ୍ଲାଜମା ଦାନ କରିବେ। ପ୍ରଥମ ପର୍ଯ୍ୟାୟରେ ୧୦ ଜଣ କର୍ମଚାରୀ ପ୍ଲାଜମା ଦାନ କରିବେ। କଟକ ଏସ୍‌ସିବି ମେଡିକାଲରେ ସେମାନଙ୍କଠାରୁ ପ୍ଲାଜମା ସଂଗ୍ରହ କରାଯିବ ବୋଲି ଶନିବାର ଅଗ୍ନିଶମ ଡିଜି ସତ୍ୟଜିତ୍‌ ମହାନ୍ତି ଟୁଇଟ୍‌ କରି ସୂଚନା ଦେଇଥିଲେ। ତେବେ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‌ କରି ଏହାର ପ୍ରଶଂସା କରିଛନ୍ତି। ରୋଗୀଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବାକୁ ଅଗ୍ନିଶମ କର୍ମଚାରୀମାନେ ଆଗକୁ ଆଗେଇ ଆସିବା ବେଶ୍‌ ପ୍ରଶଂସନୀୟ। ଏହା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ। ଏପରି ପଦକ୍ଷେପ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍‌ରେ କହିଛନ୍ତି।

Share