ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ପିଣ୍ଟୁ ନନ୍ଦଙ୍କ ଭାଇ

ଭୁବନେଶ୍ୱର,୩।୩(ବ୍ୟୁରୋ): ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗରେ ତାଙ୍କ ଭାଇ ଅଭିରାମ ନନ୍ଦ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ପୁରୁଷ ହକି ବିଶ୍ୱକପ୍‌ ପାଇଁ ବାହାର କଳାକାରଙ୍କ ପିଛା କୋଟ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ରାଜ୍ୟ ସରକାର ଚାହିଁଥିଲେ ପିଣ୍ଟୁ ନନ୍ଦଙ୍କୁ ବଞ୍ଚେଇ ପାରିଥାନ୍ତେ। ମାସେ ଧରି ଅସୁସ୍ଥ ଥିବା ଖବର ପାଇଥିଲେ ହେଁ କୌଣସି ପଦକ୍ଷେପ ନେଲେ ନାହିଁ। ତେଣୁ ସେ ଇସ୍ତଫା ଦେଇଦେବାକୁ ପିଣ୍ଟୁଙ୍କ ଭାଇ କହିଛନ୍ତି।

Share