Categories: ଜାତୀୟ

ମୁଖ୍ୟମନ୍ତ୍ରୀ ସାଇକେଲରେ ଗଲେ ସଚିବାଳୟ, ପ୍ରାଣ ବାୟୁ ଦେବତା ପେନସନ୍‌ ଯୋଜନା ଆରମ୍ଭ…

ଚଣ୍ଡିଗଡ଼,୨୨।୯: ହରିୟାନା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହିତ ସାଇକେଲ ଚଳାଇ ସଚିବାଳୟରେ ପହଞ୍ଚିଛନ୍ତି। ବୁଧବାର ଓ୍ବାଲର୍‌ଡ କାର୍‌ ଫ୍ରି ଡେ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଏଭଳି କରିଛନ୍ତି। ବାୟୁ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାର ଖୁବ୍‌ ଶୀଘ୍ର ବିଦ୍ୟୁତ୍‌ ଚାଳିତ ଯାନ ନୀତି ଆଣିବାକୁ ଯାଉଛନ୍ତି। ଏହି ନୀତି ଅନୁସାରେ ବିଦ୍ୟୁତ୍‌ ଚାଳିତ ଯାନ କ୍ଷେତ୍ରରେ ରିହାତି ପ୍ରଦାନ କରାଯିବ।

ରାଜ୍ୟ ସରକାର ବିଦ୍ୟୁତ୍‌ ଚାଳିତ ବସ୍‌ କିଣିବା ଯୋଜନା କରୁଥିବା ଖଟ୍ଟର ସୂଚନା ଦେଇଛନ୍ତି। ବାୟୁ ପ୍ରଦୂଷଣ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରାଣ ବାୟୁ ଦେବତା ପେନସନ୍‌ ଯୋଜନା ଆରମ୍ଭ କରାଯାଇଛି। ଏହା ଅନ୍ତର୍ଗତ ୭୫ ବର୍ଷରୁ ଅଧିକ ବର୍ଷ ବୟସ୍କ ଗଛର ଦେଖାଶୁଣା ରକ୍ଷାଣବେକ୍ଷଣ କରୁଥିବା ବ୍ୟକ୍ତିଙ୍କୁ ବର୍ଷକୁ ୨,୫୦୦ ଟଙ୍କାର ପେନସନ୍‌ ପ୍ରଦାନ କରାଯିବ।

ଏହା ଦ୍ୱାରା ରାଜ୍ୟର ଲୋକଙ୍କ ମଧ୍ୟରେ ପୁରୁଣା ଗଛର ଯତ୍ନ ନେବା ପ୍ରତି ଆଗ୍ରହ ବୃଦ୍ଧି ପାଇବ। ରାଜ୍ୟରେ ଏଭଳି ଗଛର ଚିହ୍ନଟ କରାଯାଇ ଯୋଜନା ଲାଗୁ କରାଯିବ ବୋଲି ସେ କହିଛନ୍ତି।

Share