Categories: ଜାତୀୟ

ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ବଢିଲା ଅଡ଼ୁଆ: ମାମଲା ରୁଜୁ କଲା ଇଡି

ବେଙ୍ଗାଲୁରୁ,୩୦।୯: ମହୀଶୁର ନଗର ଉନ୍ନୟନ ପ୍ରାଧିକରଣ(ଏମ୍‌ୟୁଡିଏ) ମାମଲାରେ କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ସମସ୍ୟା ବୃଦ୍ଧି ପାଇଛି। ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଲୋକାୟୁକ୍ତଙ୍କ ଏଫଆଇଆର ବିଷୟରେ ତଦାରଖ କରି ସିଦ୍ଦରମୈୟାଙ୍କ ବିରୋଧରେ ଟଙ୍କା ହେରଫେର ମାମଲା ରୁଜୁ କରିଛି। ଗତ ସପ୍ତାହରେ ବେଙ୍ଗାଲୁରୁର ଏକ ସ୍ବତନ୍ତ୍ର ଅଦାଲତ ଲୋକାୟୁକ୍ତ ପୋଲିସକୁ ସିଦ୍ଦରମୈୟାଙ୍କୁ ଏହି ମାମଲାରେ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଗତ ସପ୍ତାହରେ ସିଦ୍ଦରମୈୟା କହିଥିଲେ, ମହୀଶୁର ନଗର ଉନ୍ନୟନ ପ୍ରାଧିକରଣ ମାମଲାରେ ବିରୋଧୀ ତାଙ୍କୁ ଟାର୍ଗେଟ କରୁଛନ୍ତି। କାରଣ ସେମାନେ ତାଙ୍କୁ ଭୟ କରୁଛନ୍ତି। ଏହା ମଧ୍ୟ ତାଙ୍କ ବିରୋଧରେ ଏକ ରାଜନୈତିକ ମାମଲା ବୋଲି ସେ କହିଛନ୍ତି। ତଦନ୍ତ ନିର୍ଦ୍ଦେଶ ଦିଆଯିବା ପରେ ମଧ୍ୟ ସେ ଇସ୍ତଫା ଦେବେ ନାହିଁ, କାରଣ ସେ କୌଣସି ଭୁଲ କରିନାହାଁନ୍ତି ଏବଂ ସେ ଆଇନଗତ ଭାବେ ମାମଲା ରୁଜୁ କରିବେ ବୋଳି ସେ ସ୍ପଷ୍ଟ କରିଥିଲେ।

ସହରାଞ୍ଚଳ ବିକାଶ ସମୟରେ ଜମି ହରାଇଥିବା ଲୋକଙ୍କ ପାଇଁ ଏମ୍‌ୟୁଡିଏ ଏକ ଯୋଜନା ପ୍ରସ୍ତୁତ କକରାଯାଇଥିଲା। ୫୦:୫୦ ନାମକ ଏହି ଯୋଜନାରେ, ଯେଉଁମାନେ ଜମି ହରାଇଲେ, ସେମାନେ ବିକଶିତ ଜମିର ୫୦% ଅଧିକାର ପାଇଲେ। ଏହି ଯୋଜନା ୨୦୦୯ରେ ପ୍ରଥମ ଥର ପାଇଁ କାର୍ଯ୍ୟକାରୀ କରାଯାଇଥିଲା। ୨୦୨୦ରେ ତତ୍କାଳୀନ ଭାଜପା ସରକାର ଦ୍ୱାରା ବନ୍ଦ ହୋଇଯାଇଥିଲା।

ସରକାର ଏହି ଯୋଜନା ବନ୍ଦ କରିବା ପରେ ମଧ୍ୟ ୫୦:୫୦ ଯୋଜନା ଅଧୀନରେ ଜମି ଅଧିଗ୍ରହଣ ଏବଂ ବଣ୍ଟନ ଜାରି ରଖିଥିଲେ। ସମଗ୍ର ବିବାଦ ଏହା ସହିତ ଜଡିତ। ଅଭିଯୋଗ ହୋଇଛି ଯେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ଏହି ସୁବିଧା ପ୍ରଦାନ କରାଯାଇଛି। ଅଭିଯୋଗ ହୋଇଛି ଯେ, ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କର ୩ ଏକର ଏବଂ ୧୬ ଗୁଣ୍ଠ ଜମି ଏମ୍‌ୟୁଡିଏ ଅଧିଗ୍ରହଣ କରିଛି। ଏହାର ପ୍ରତିବଦଳରେ, ଏକ ଅପ୍ସାଲ ଅଞ୍ଚଳରେ ୧୪ଟି ସାଇଟ ବଣ୍ଟନ କରାଯାଇଥିଲା।

Share