ମୋଦିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୭।୮(ବ୍ୟୁରୋ): ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଗୁରୁବାର ଫୋନ୍‌ ଯୋଗେ କଥା ହୋଇଛନ୍ତି। ଆସନ୍ତା ମାସରେ ହେବାକୁ ଥିବା ଏନ୍‌ଇଇଟି ଓ ଜେଇଇ ପରୀକ୍ଷାକୁ ସ୍ଥଗିତ ରଖିବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟର ଅନେକ ଅଞ୍ଚଳରେ କରୋନା ଓ ବନ୍ୟା ସ୍ଥିତି ଉଦ୍‌ବେଗଜନକ ହୋଇଥିବାରୁ ଉକ୍ତ ପରୀକ୍ଷାକୁ ସ୍ଥଗିତ ରଖିବାକୁ ସେ ମୋଦିଙ୍କୁ ଜଣାଇଛନ୍ତି। ଏହି ପରୀକ୍ଷା ଅନୁଷ୍ଠିତ ହେଲେ ଛାତ୍ରୀଛାତ୍ର ବହୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପୂର୍ବରୁ ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ।

Share