Advertisement

ପୁଟସିଲରେ ଇକୋ ରିଟ୍ରିଟ୍‌ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କୋରାପୁଟ,୧ା୧୧(ଅମିତାଭ ବେହେରା): ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଦ୍ୱାରା କୋରାପୁଟ ଜିଲାର ପୁଟସିଲଠାରେ ଇକୋ ରିଟ୍ରିଟ୍‌ ପର୍ଯ୍ୟଟନସ୍ଥଳୀ ଆରମ୍ଭ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋରାପୁଟ ବିଧାୟକ ରଘୁରାମ ପଡାଲ ଯୋଗଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଟୁରିଜିମ ବିଭାଗର ଆଡିଶନାଲ ସେକ୍ରେଟାରୀ ଅନନ୍ତ ନାରାୟଣ ସିଂଲାଗୁରି, ପଟ୍ଟାଙ୍ଗି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗି, କୋରାପୁଟ ଜିଲା ପରିଷଦ ଅଧ୍ୟକ୍ଷ ସସ୍ମିତା ମେଲକା, ଜିଲା ପରିଷଦ ସଦସ୍ୟ, ବ୍ଲକ ଅଧ୍ୟକ୍ଷ, ସରପଞ୍ଚ,ବିଡିଓ ପ୍ରମୁଖ ଉପସ୍ଥିତ ରହିଥିଲେ। କୋରାପୁଟ ଜିଲାର ଶୀତ ସହ ପାହାଡ଼ ଜଙ୍ଗଲର ପ୍ରାକୃତିକ ଦୃଶ୍ୟ ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଚଳିତବର୍ଷ ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଦେଓମାଳି ପାଦଦେଶରେ ପୁଟସିଲ ଇକୋ ରିଟ୍ରିଟ ସଜେଇ ହୋଇଛି। ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ଚଳିତବର୍ଷ ହେଉଥିବା ଏହି ଇକୋ ରିଟ୍ରିଟ୍‌ ଜରିଆରେ ଉଭୟ ଦେଶ ଓ ବିଦେଶରୁ ଆସୁଥୁବା ପର୍ଯ୍ୟଟକଙ୍କ ପାଇଁ ୨୮ଟି କଟେଜ ନିର୍ମାଣ କରାଯାଇଛି। ଇକୋ ରିଟ୍ରଟ୍‌ ତଥା ପର୍ଯ୍ୟଟନ ଓ୍ବେବ୍‌ସାଇଟ୍‌ରେ ଅନ୍‌ଲାଇନ୍‌ ଜରିଆରେ ଏହି କଟେଜ୍‌ ବୁକିଂ ବ୍ୟବସ୍ଥା ହୋଇଛି। କଟେଜ୍‌ର ଦୈନିକ ଦର ୬ ହଜାରରୁ ୮ ହଜାର ମଧ୍ୟରେ ରହିବ ବୋଲି ପର୍ଯ୍ୟଟକ ବିଭାଗ ପକ୍ଷରୁ ଜଣାଯାଇଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share