ସୋର,୩।୬(ଡି.ଏନ.ଏ):ବାହାନଗାରେ ହୋଇଥିବା ଛାତିଥରା ଟ୍ରେନ ଦୂର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ। ତେବେ ସେଠାରେ ପହଞ୍ଚି ସେ ସ୍ଥିତି ଅନୁଧ୍ୟାନ କରିବା ସହ ସେ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି। ସ୍ଥାନୀୟ ଲୋକ ଦୂର୍ଘଟଣାସ୍ଥଳରେ ଆହତ ଏବଂ ମୃତକଙ୍କୁ ଉଦ୍ଧାର କରିବା ସହ ସେମାନଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ। ଏନେଇ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।