Advertisement
Categories: ଜାତୀୟ

ମୁଖ୍ୟମନ୍ତ୍ରୀ ତଡ଼ିବେ ମାଙ୍କଡ଼: ୫ ବର୍ଷରେ ଖର୍ଚ୍ଚ ହେବ ୫ କୋଟି

ନୂଆଦିଲ୍ଲୀ, ୧୭।୮: ରାଜଧାନୀ ଦିଲ୍ଲୀରେ ମାଙ୍କଡ଼ ଉପଦ୍ରବ ବଢ଼ିବାରେ ଲାଗିଛି। ମାଙ୍କଡ଼କୁ ତଡ଼ିବା ଲାଗି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପରିବେଶ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ପକ୍ଷରୁ ମାଙ୍କଡ଼ ତଡ଼ିବା ଲାଗି ୫ ବର୍ଷରେ ୫ କୋଟି ଟଙ୍କାର ବ୍ୟୟ ବରାଦକୁ ମଞ୍ଜୁରୀ ମଧ୍ୟ ଦିଆଯାଇଛି। ମାର୍ଚ୍ଚଠାରୁ ଆବଶ୍ୟକ ମଞ୍ଜୁରୀ ମିଳିଥିଲେ ମଧ୍ୟ କରୋନା ମହାମାରୀ ସଂକ୍ରମଣ ଯୋଗୁ ବନ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରି ନ ଥିବା ମୁଖ୍ୟ ବନ୍ୟପ୍ରାଣୀ ଓ୍ବାର୍ଡନ ପ୍ରଭାତ ତ୍ୟାଗୀ ସୂଚନା ଦେଇଛନ୍ତି। ମାଙ୍କଡ଼ ତଡ଼ିବା କାର୍ଯ୍ୟକ୍ରମ ପୂର୍ବରୁ ସେଟ୍‌ଅପ୍‌ କରିବା ଲାଗି କିଛି ମାସ ସମୟ ଲାଗିବ ବୋଲି ସେ କହିଛନ୍ତି। ୨୦୧୮ରେ ଦିଲ୍ଲୀରେ ୯୫୦ ଜଣ ଲୋକଙ୍କୁ ମାଙ୍କଡ଼ କାମୁଡ଼ି ଥିଲା। ଧୀରେଧୀରେ ସମସ୍ୟ ବଢୁଥିବାରୁ ରାଜଧାନୀରୁ ମାଙ୍କଡ଼ ତଡ଼ିବା ଲାଗି କେଜରିଓ୍ବାଲ ସରକାର ଅଣ୍ଟା ଭିଡ଼ିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share