ଛତ୍ରପୁର,୨୦।୫(ଡି.ଏନ୍.ଏ.): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଦୈନିକ ସଂକ୍ରମଣ ସମସ୍ତ ରେକର୍ଡ ଭାଙ୍ଗୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପରିସ୍ଥିତି ଏଭଳି ହୋଇଛି ଯେ, କରୋନାରେ ଆକ୍ରାନ୍ତ ହୋଇଥିବା ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର ପାଇଁ ଶ୍ମଶାନରେ ସ୍ଥାନ ମିଳୁନାହିଁ। ତେଣୁ କରୋନା ସହ ଲଢ଼ିବା ପାଇଁ ଏବଂ ଆକ୍ରାନ୍ତଙ୍କୁ ପ୍ରଚୁର ମାତ୍ରାରେ ଅକ୍ସିଜେନ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ବ୍ରହ୍ମପୁର ଏମକେସିଜିରେ ଲିକ୍ୟୁଇଡ୍ ମେଡିକାଲ ଅକ୍ସିଜେନ ଷ୍ଟୋରେଜ ଭେସେଲ ସିଷ୍ଟମ ସ୍ଥାପନ କରାଯାଇଛି। ଗୁରୁବାର ସନ୍ଧ୍ୟା ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ପ୍ଲାଣ୍ଟକୁ ଉଦ୍ଘାଟନ କରିବେ।