୩୦ରେ କଳାହାଣ୍ଡି ଆସିବେ ମୁଖ୍ୟମନ୍ତ୍ରୀ, କାର୍ଯ୍ୟକ୍ରମ ସଫଳ ପାଇଁ ଜିଲାବାସୀଙ୍କୁ ନିବେଦନ

ଭବାନୀପାଟଣା,୨୮ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଆସନ୍ତା ୩୦ ତାରିଖ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଗସ୍ତ ରହିଛି। ଏହି ସମୟରେ ସେ ଜିଲାର ଭବାନୀପାଟଣାସ୍ଥିତ କ୍ରିଷ୍ଣା ନଗର ପଡ଼ିଆଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ କରିବେ।

‘ଅନ୍ତ୍ୟୋଦୟ ଗୃହ ଯୋଜନା’ ପ୍ରଥମ ଦଫାରେ ରାଜ୍ୟର ୫୦ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବ। ଏହାସହ କଳାହାଣ୍ଡି ଜିଲାର ୩୨ ଶହ ହିତାଧିକାରୀ ଉପକୃତ ହେବେ। ସେହିପରି ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ପ୍ରାୟ ୫ ଶହ କୋଟି ଟଙ୍କାର ନୃତନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ପାଇଁ ସ୍ଥିର ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ କଳାହାଣ୍ଡି ଗସ୍ତ ରହିଥିବା ଜିଲା ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟର ଉତ୍ସାହ ଦେଖିବାକୁ ମିଳିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଶୁକ୍ରବାର ଭବାନୀପାଟଣାସ୍ଥିତ ହୋଟେଲ ମିଡ୍‌ ଟାଉନଠାରେ କଳାହାଣ୍ଡି ଜିଲା ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ଆୟୋଜନ କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଉପରେ ସୂଚନା ପ୍ରଦାନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲାବାସୀଙ୍କ ନିବେଦନ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଯୋଗଦେବେ ବୋଲି କହିଛନ୍ତି। ଜିଲା ସଭାପତି ଯୁଗଳ କିଶୋର ପୋଢ଼ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ,ପୂର୍ବତନ ଜିଲା ସଭାପତି ଭବେନ୍ଦ୍ର ପଣ୍ଡା, ଆର୍ତ୍ତତ୍ରାଣ ମହାପାତ୍ର, ଦେବେନ୍ଦ୍ର ମହାନ୍ତି, ଜିଲା ସାଧାରଣ ସମ୍ପାଦକ ଜୟଶଙ୍କର ନାଏକ ପ୍ରମୁଖ ଯୋଗଦେଇଥିଲେ। ଜିଲା ଉପସଭାପତି ପ୍ରଶାନ୍ତ ସାହୁ ମଞ୍ଚ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା

ଭୁବନେଶ୍ୱର, ୧ା୪: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏକ ଐତିହାସିକ ଘଟଣା ଯାହା ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସମ୍ପନ୍ନ ହୋଇଥିଲା। ଏହା ଭାରତର...

ଭଞ୍ଜନଗରରେ ଉତ୍କଳ ଦିବସ ପାଳନ: ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭଞ୍ଜନଗର,୧।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଙ୍ଗଳବାର ଉତ୍କଳ ଦିବସ ପାଳନ ହୋଇଯାଇଛି। ସକାଳେ ସହରର ବିଭିନ୍ନ ସ୍ଥାନରେ...

ଉତ୍କଳ ଦିବସର ଶୁଭେଚ୍ଛା: ଓଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦି କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୧।୪: ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ପାଳନ କରାଯାଉଛି। ପ୍ରତିଟି ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ। ୧୯୩୬ ମସିହା ଆଜିର ଦିନରେ...

ପ୍ରଧାନମନ୍ତ୍ରୀ ହେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ? ପ୍ରଥମଥର ମୁହଁ ଖୋଲି କହିଲେ, ମୋ ପାଇଁ ରାଜନୀତି…

ଲକ୍ଷ୍ନୌ,୧।୪: ରାଜନୈତିକ ମହଲରେ ଦାବି କରାଯାଉଛି ଯେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେବେ ଦେଶର ପ୍ରଧାନମନ୍ତ୍ରୀ ହେବେ। ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଏହା...

ଉତ୍କଳକୁ ବିରୋଧ:କୋଶଲ ସଂଗ୍ରାମୀଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼, ୧।୪(ପ୍ରେମାନନ୍ଦ ଖମାରୀ): ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ଧୂମଧାମରେ ପାଳନ କରାଯାଉଛି। ତେବେ ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ କୋଶଲ ସଂଗଠନ...

UAN ନମ୍ବର ବିନା ବି ଜାଣିପାରିବେ ପିଏଫ୍‌ ଆକାଉଣ୍ଟର ବାଲାନ୍ସ

ନୂଆଦିଲ୍ଲୀ,୧।୪: ଭାରତରେ ଯେତେ ବି ଲୋକ କିଛି ନା କିଛି ସଂସ୍ଥାରେ କାମ କରୁଛନ୍ତି ସମସ୍ତଙ୍କର ଏକ ପିଏଫ ଆକାଉଣ୍ଟ ଅଛି। କର୍ମଚାରୀଙ୍କ ଦରମାର ୧୨%...

ଓଡ଼ିଆ ପକ୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ୧୪ ଦିନ ରାଜ୍ୟବ୍ୟାପୀ ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧ା୪: ଆଜି ଓଡ଼ିଶା ଦିବସ ବା ଉତ୍କଳ ଦିବସ ରାଜ୍ୟରେ ବହୁ ଉତ୍ସାହର ସହିତ ସମଗ୍ର ରାଜ୍ୟରେ ପାଳନ କରାଯାଉଛି। ୧୯୩୬ ମସିହାରେ ଏହି...

ଅନ୍ତ୍ୟୋଦୟ ଗୃହ ଯୋଜନା ଗରିବଙ୍କ ଭରସା: ହିତାଧିକାରୀ ପିଛା ମିଳିବ ୧.୨୦ଲକ୍ଷ ଟଙ୍କା

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗୋରୁ ମାର୍କେଟ୍‌ ପରିସରରେ ରବିବାର ଜିଲାସ୍ତରୀୟ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ଏମ୍‌ପି ପ୍ରଦୀପ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image