ମାର୍ଚ୍ଚ ୨ରେ କେନ୍ଦୁଝର ଯିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର,୨୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମାର୍ଚ୍ଚ ୨ରେ ଆସିବେ। ମୟୂରଭଞ୍ଜ ଜିଲାରେ ୨ ଦିନିଆ ଗସ୍ତ କାର୍ଯ୍ୟକ୍ରମ ସାରି ୨ ତାରିଖ ପୂର୍ବାହ୍ନ ୧୦ଟା ୧୦ରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ଆସି ଧରଣୀଧର ବିଶ୍ୱବିଦ୍ୟାଳୟ ପଡ଼ିଆରେ ଅବତରଣ କରିବେ। ସେଠାରେ ହେବାକୁ ଥିବା ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳାକୁ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି।

କାର୍ଯ୍ୟକ୍ରମ ସାରି ହେଲିକପ୍ଟରରେ ଚମ୍ପୁଆ ଯାଇ ମଧ୍ୟାହ୍ନ ୧୨ଟା୪୫ରେ ଚନ୍ଦ୍ରଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ଯୋଗଦେବେ। ସେଠାରୁ ହେଲିକପ୍ଟରରେ କେନ୍ଦୁଝର ରିଜର୍ଭ ପଡ଼ିଆକୁ ଆସି ସଡ଼କ ପଥରେ ନିଜ ଗ୍ରାମ ରାଇକଳାକୁ ଯାଇ ଅପରାହ୍ନ ୪ଟାରେ ଏକ କ୍ରିକେଟ ମ୍ୟାଚ ଫାଇନାଲ ଉତ୍ସବରେ ଯୋଗଦେବେ।

ସେଠାରୁ ରାଇକଳାସ୍ଥିତ ନିଜ ବାସଭବନକୁ ଯାଇ ସଡ଼କ ପଥରେ ୬ଟା ୩୦ରେ କେନ୍ଦୁଝର ଫେରିବେ। ସନ୍ଧ୍ୟା ୭ଟା ୧୦ରେ କାଳୀ ପଡ଼ିଆରେ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳାରେ ଯୋଗଦେବେ। ରାତିରେ ସର୍କିଟ ହାଉସରେ ରାତ୍ରିଯାପନ କରି ୩ ତାରିଖ ସୋମବାର ସକାଳ ୯ଟା ୪୦ରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଫୋନ ଅଧିକ ବ୍ୟବହାର କରୁଛନ୍ତି କି? ଭୟଙ୍କର ଭବିଷ୍ୟବାଣୀ କଲେ ବାବା ଭେଙ୍ଗା

ବାବା ଭେଙ୍ଗା ଅନେକ ପ୍ରକାରର ଭବିଷ୍ୟବାଣୀ କରିବା ପାଇଁ ଜଣାଶୁଣା। ତାଙ୍କ ମୃତ୍ୟୁ ପୂର୍ବରୁ, ବାବା ଭେଙ୍ଗା ଏପରି ଅନେକ ଭବିଷ୍ୟବାଣୀ କରିଥିଲେ ଯାହା ଆଜିର...

ପାଣ୍ଡିଆନଙ୍କୁ ନେଇ ପୁଣି ବିସ୍ଫୋରକ ବୟାନ ଦେଲେ ବିଜେଡି ନେତା

ଭୁବନେଶ୍ୱର,୧୧।୪: ୱାକ୍‌ଫ ବିଲ ଭୋଟିଂ ବିବାଦ ଥମିବାର ନାଁ ନେଉନାହିଁ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବୟାନ ଆସିବା ପରେ ଦଳ ଭିତରେ ଆଭ୍ୟନ୍ତରୀଣ ଅଶାନ୍ତି...

ରାଜ୍ୟରେ ଆୟୁଷ୍ମାନ ଭାରତ ଶୁଭାରମ୍ଭ କଲେ ନଡ୍ଡା: ସାଢ଼େ ୩ କୋଟି ଲୋକଙ୍କଙ୍କୁ ମିଳିବ ସୁବିଧା

କଟକ,୧୧।୪: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ସହ ଆୟୁଷ୍ମାନ ବୟୋ ବନ୍ଦନାର ଶୁଭାରମ୍ଭ କଟକରେ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ...

କ’ଣ ଏହି ବ୍ୟାଙ୍କରେ ଅଛି ଆପଣଙ୍କର ଆକାଉଣ୍ଟ,କାମ କରିବନି UPI ପେମେଣ୍ଟ

ନୂଆଦିଲ୍ଲୀ,୧୧।୪: ଦେଶର ସବୁଠାରୁ ବଡ଼ ବ୍ୟାଙ୍କ HDFC ଏହାର UPI ସେବା ସମ୍ପର୍କରେ ଏକ ବଡ଼ ଅପଡେଟ ଦେଇଛି। ଏନେଇ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।...

ଆୟୁଷ୍ମାନ ଭାରତ ଯୋଜନା ଆରମ୍ଭ: ୩ ମାସ ପର୍ଯ୍ୟନ୍ତ ଘରେ ଘରେ ବିନା ଖର୍ଚ୍ଚରେ ପହଞ୍ଚିବ କାର୍ଡ

ଦାରିଙ୍ଗବାଡି, ୧୧।୪ (ଅରୁଣ ସାହୁ): ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକାର୍ପଣ ହେଲା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ...

ଭାଇଚାରାର ଭିନ୍ନ ଏକ ନିଦର୍ଶନ ‘ଦଲଦଲି’: ହିନ୍ଦୁ ପର୍ବପର୍ବାଣିରେ ସହଭାଗୀ ମୁସଲମାନ ପରିବାର

ନୂଆପଡ଼ା,୧୧।୪ (ମକାରୁ ବେମାଲ):ଦିନକୁ ଦିନ ବିଶରେ ହିନ୍ଦୁ-ମୁସଲିମ ସମ୍ପର୍କରେ ଅଧିକ ତିକ୍ତତା ଦେଖାଦେଉଛି। ବିଶେଷ କରି କଶ୍ମୀର ପ୍ରସଙ୍ଗକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ...

ଆୟୁଷ୍ମାନ କାର୍ଡ ପାଇଁ ଯାଉଥିବା ବେଳେ ମାଡ଼ିଗଲା ଟ୍ରକ

କଟକ,୧୧।୪: କଟକ ବାଲିଯାତ୍ରା ତଳ ପଡ଼ିଆରେ ଶୁକ୍ରବାର ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ, ଗୋପବନ୍ଧୁ ଜନ ଆରୋଗ୍ୟ ଏବଂ ଆୟୁଷ୍ମାନ ବୟୋବନ୍ଦନା ଯୋଜନାର ଶୁଭାରମ୍ଭ...

ବିଜେଡିର ଭୀଷ୍ମ ମହାନ୍ତି ହେଲେ ଜିଲା ପରିଷଦ ଉପାଧ୍ୟକ୍ଷ

କେନ୍ଦ୍ରାପଡା, ୧୧ା୪(ଜଗନ୍ନାଥ ଧଳ): ଗତ ସାଧାରଣ ନିର୍ବାଚନ ପୂର୍ବରୁ ଫାଙ୍କା ରହିଥିବା କେନ୍ଦ୍ରାପଡା ଜିଲା ପରିଷଦ ଉପାଧ୍ୟକ୍ଷ ପଦ ଶୁକ୍ରବାର ପୂରଣ ହୋଇଛି ା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image