ଭର୍ଚୁଆଲ୍‌ରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୮ା୪(ବ୍ୟୁରୋ): ପିପିଲି ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର। ଭର୍ଚୁଆଲରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜିଲା ପରିଷଦ ଜୋନ୍‌ ଅନୁଯାୟୀ ପ୍ରଚାର କାର୍ଯ୍ୟକ୍ରମ ଚାଲିବ। ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ଭର୍ଚୁଆଲରେ ଭୋଟ୍‌ ମାଗିବେ ନବୀନ। ଏହି ସୂଚନା ଦେଇଛନ୍ତି ବିଧାୟକ ଉମା ସାମନ୍ତରାୟ। ଅନ୍ୟପଟେ ଆସନ୍ତା ୧୩ ତାରିଖରେ ପିପିଲିରେ ପ୍ରଚାର ମଇଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟ କିଛି କେନ୍ଦ୍ରୀୟ ନେତା ମଧ୍ୟ ପିପିଲି ଆସି ପ୍ରଚାର କରିବେ ବୋଲି ଜଣାପଡିଛି। ୮ ତାରିଖରୁ ଭାଜପା ପିପିଲି-ଡେଲାଙ୍ଗ ଅଞ୍ଚଳରେ ଜୋନାଲ ରାଲି କରିବ ବୋଲି ଦଳର ସାଧାରଣ ସମ୍ପାଦକ ପୃଥ୍ବ୍ବୀରାଜ ହରିଚନ୍ଦନ କହିଛନ୍ତି।

Share