ଭୁବନେଶ୍ୱର,୧୨।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମୟୁରଭଞ୍ଜ ଜିଲାରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ସୁବର୍ଣ୍ଣରେଖା ପ୍ରକଳ୍ପ ଏବଂ ଦେଓ ପ୍ରକଳ୍ପର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ଭିଡିଓ କନ୍ଫରେନସ୍ ଜରିଆରେ ବାରିପଦାର ପୌର ପରିଷଦର ୬ଟି ଖେଳ ପଡିଆର ଉନ୍ନତିକରଣ ଏବଂ ବାରିପଦା ଓ୍ବାର୍ଡ ନଂ-୨୨ ରଘୁନାଥପୁରଠାରେ ଏକ ବିଦ୍ୟୁତ୍ ଚାଳିତ ଶବଦାହ ଗୃହର ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି।