Advertisement

ଜାନୁୟାରୀ ୩ରେ ସୁକ୍‌ତେଲ ପ୍ରକଳ୍ପର ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର, ୧ା୧(ବୀରେନ୍ଦ୍ର କୁମାର ଝାଙ୍କର): ଜାନୁୟାରୀ ୩ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଗସ୍ତରେ ଆସିବେ। ବଲାଙ୍ଗୀର ଜିଲା ମାଗୁରବେଡ଼ା ଯାଇ ସେଠାରେ ବହୁପ୍ରତୀକ୍ଷିତ ଲୋୟର ସୁକ୍‌ତେଲ ପ୍ରକଳ୍ପ ଉଦ୍‌ଘାଟନ କରିବା ସହ ଜିଲାବାସୀଙ୍କୁ ନୂଆବର୍ଷ ଭେଟି ଦେବେ।

ମିଳିଥିବା ସୂଚନା ଅନୁସାରେ ୩୦୫ କୋଟିର ପାନୀୟ ଜଳ ଯୋଗାଣ, ସ୍ବାସ୍ଥ୍ୟ ଭିତ୍ତିଭୂମି, ଶିକ୍ଷା, ରାସ୍ତା ଓ ସେତୁ, କ୍ରୀଡ଼ା ଭିତ୍ତିଭୂମି, ମହିଳା ସଶକ୍ତୀକରଣ ଓ ଅନ୍ୟାନ୍ୟ ପ୍ରକଳ୍ପ ଉଦ୍‌ଘାଟନ କରିବେ। ଏହାସହିତ ୨୨୨୦ କୋଟି ଟଙ୍କାର ମଧ୍ୟମ ଜଳସେଚନ ପ୍ରକଳ୍ପ, ପାନୀୟ ଜଳଯୋଗାଣ, ସ୍ବାସ୍ଥ୍ୟ, ଶିକ୍ଷା, ସମନ୍ବିତ ପର୍ଯ୍ୟଟନ, ଗ୍ରାମୀଣ ରାସ୍ତା ଓ ସେତୁ, ଅନ୍ୟାନ୍ୟ ରାସ୍ତା ଓ ପୋଲ, କ୍ରୀଡ଼ା ଭିତ୍ତିଭୂମି, ଗୋଷ୍ଠୀଗୃହ ପ୍ରକଳ୍ପର ଶିଳାନ୍ୟାସ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲା ପ୍ରଶାସନ ପକ୍ଷରୁ ଜୋର୍‌ଦାର ପ୍ରସ୍ତୁତି କରାଯାଉଛି। ପ୍ରକଳ୍ପ ଉଦ୍‌ଘାଟନ ପାଇଁ ଡ୍ୟାମ୍‌ ତଳେ ବିରାଟ ଆୟୋଜନ କରାଯାଇଛି। ଏଠାରେ ପ୍ରାୟ ୫୦ ହଜାର ଲୋକଙ୍କ ଜନସମାଗମ ହେବ ବୋଲି ଆଶା କରାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share