Categories: ରାଜ୍ୟ

ଆସନ୍ତାକାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୮(ବ୍ୟୁରୋ)- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ରାଜ୍ୟର ବନ୍ୟାଞ୍ଚଳ ପରିଦର୍ଶନ କରିବେ। ଏହାପରେ ବରିଷ୍ଠ ଅଧିକାରୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଏ ନେଇ ରବିବାର ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି। ସେହିପରି ବନ୍ୟାସ୍ଥିତି ନେଇ ମଧ୍ୟ ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବ୍ରାହ୍ମଣୀ ସିଷ୍ଟମର ରେଙ୍ଗାଳି ଡ୍ୟାମର କେବଳ ୪ଟି ଗେଟ୍‌ ଖୋଲାଯାଇଥିଲା। ମାତ୍ର ପ୍ରବଳ ବର୍ଷା ପାଇଁ ବରୀରେ ବହୁ କ୍ଷତି ହୋଇଛି। ଆସନ୍ତାକାଲି ଦିନ ୧୦ଟାରୁ ୧୧ଟା ଭିତରେ ଜଳସ୍ତର କମିପାରେ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

Share