Categories: ଜାତୀୟ

ପାକିସ୍ତାନ ଧ୍ୱଂସ ହୋଇଯିବ: ଏମିତି କାହିଁକି କହିଲେ ଯୋଗୀ

ଲକ୍ଷ୍ନୌ,୧୪।୮: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ରେ ଆୟୋଜିତ କାର୍ଯ୍ୟକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପାକିସ୍ତାନ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ପାକିସ୍ତାନ ଭାରତ ସହିତ ମିଶ୍ରଣ ହେବ ବୋଲି ସେ ସୂଚନା ଦେଇଛନ୍ତି। ବିଭାଜନ ବିଭୀଷିକା ଦିବସରେ ମୁଖ୍ୟମନ୍ତ୍ରୀ ଯୋଗୀ ପଡୋଶୀ ଦେଶ ପାକିସ୍ତାନକୁ ନେଇ ଏକ ବଡ ଦାବି କରି କହିଛନ୍ତି ଯେ ପାକିସ୍ତାନ ବିଲୟ ହେବ କିମ୍ବା ଏହା ଧ୍ୱଂସ ହୋଇଯିବ।

ବିଭାଜନର ଦୁଃଖଦ ଘଟଣା ପାଇଁ କଂଗ୍ରେସ କଦାପି କ୍ଷମା ମାଗିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯେତେବେଳେ ବି କଂଗ୍ରେସ ସୁଯୋଗ ପାଇଲା ଦେଶର ତଣ୍ଟି ଚିପିଛି। ସେମାନଙ୍କର ପାପ କେବେ କ୍ଷମା କରାଯାଇପାରିବ ନାହିଁ । ୧୯୪ରେ ବାଂଲାଦେଶରେ ୨୨% ହିନ୍ଦୁ ଥିଲେ, ଆଜି କେବଳ ୭% ଅଛନ୍ତି। ଆମର ସମସ୍ତ ସହାନୁଭୂତି ସେହି ହିନ୍ଦୁମାନଙ୍କ ସହିତ ରହିବା ଉଚିତ୍‌। କେବଳ ଅଖଣ୍ଡ ଭାରତର ସ୍ବପ୍ନ ଏଭଳି ଘଟଣାର ସମାଧାନ ହେବ।

ସିଏମ କହିଛନ୍ତି, ଯଦି ୧୯୯୭ରେ ଭାରତର ରାଜନୈତିକ ନେତୃତ୍ୱଙ୍କ ପାଖରେ ଦୃଢ ଇଚ୍ଛାଶକ୍ତି ଥାନ୍ତା, ତେବେ ଦୁନିଆର କୌଣସି ଶକ୍ତି ସେହି ଅସ୍ବାଭାବିକ ବିଭାଜନ ସୃଷ୍ଟି କରିପାରି ନ ଥାନ୍ତେ। କିନ୍ତୁ କ୍ଷମତା ପାଇଁ କଂଗ୍ରେସର ଲୋଭ ଭାରତକୁ ନଷ୍ଟ କରିଦେଇଛି।

Share