Categories: ଜାତୀୟ

ଶପଥ ନେଲେ ଯୋଗୀ-ଅଖିଳେଶ

ଲକ୍ଷ୍ନୌ,୨୮।୩: ସୋମବାର ଉତ୍ତରପ୍ରଦେଶ ବିଧାନସଭାରେ ଗୃହର ନେତା ଭାବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶପଥ ନେଇଛନ୍ତି। ସେହିପରି ବିରୋଧୀ ଦଳର ନେତା ଭାବେ ଅଖିଳେଶ ଯାଦବ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଶପଥ ନେବା ପରେ ଅଖିଳେଶ-ଯୋଗୀ ଏକାଠି ହୋଇଥିଲେ। ଦୁହେଁ ପରସ୍ପରକୁ ନମସ୍କାର କରିବା ସହ ହାତ ମିଳାଇ ଥିଲେ।

ଏହି ସମୟରେ ଉଭୟ ହସୁଥିବା ଦେଖିବାକୁ ମିଳିଥିଲା। ବିଧାନସଭା ନିର୍ବାଚନ ପରେ ଅଖିଳେଶ ଏବଂ ଯୋଗୀ ପ୍ରଥମ ଥର ପାଇଁ ଏକାଠି ହୋଇଥିଲେ। ବିଧାୟକ ଭାବେ ଶପଥ ନେବାପରେ ଅଖିଳେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ସହ ହାତ ମିଳାଇଥିଲେ।

Share