Categories: ଜାତୀୟ

ରାମଲାଲାଙ୍କ ଦରବାରରେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ,୧୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଦିନିଆ ଗସ୍ତରେ ଶନିବାର ଅଯୋଧ୍ୟାରେ ପହଞ୍ଚିଛନ୍ତି। ଯେଉଁଠାରେ ସେ ଅନେକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ଯୋଗୀ ରାମଲାଲାଙ୍କ ଦରବାରରେ ପହଞ୍ଚି ରାମ ମନ୍ଦିର ନିର୍ମାଣର ଅଗ୍ରଗତି ଦେଖିଛନ୍ତି। ଏହି ଅବସରରେ ଶ୍ରୀରାମ ଜନ୍ମଭୂମିର ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ମଧ୍ୟ ଉପସ୍ଥିତ ଥିଲେ।

ଶନିବାର ପୂର୍ବାହ୍ନ ପ୍ରାୟ ୧୧ଟାସମୟରେ ତାଙ୍କ ହେଲିକପ୍ଟର ରାମ କଥା ପାର୍କ ହେଲିପ୍ୟାଡରେ ଅବତରଣ କରିଥିଲା। ଏହା ପରେ ସେ ରାମ ମନ୍ଦିର ଆନ୍ଦୋଳନରେ ବିଶେଷ ଭୂମିକାଥିବା ରାମଚନ୍ଦ୍ର ଦାସ ପରମହଂସଙ୍କ ସମାଧିସ୍ଥଳରେ ପହଞ୍ଚି ତାଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

Share