Categories: ଜାତୀୟ

କନ୍ୟାଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ

ଗୋରଖପୁର,୧୦।୪: ଉତ୍ତର ପ୍ରଦେଶର ଗୋରେଖନାଥ ମନ୍ଦିରରେ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚୈତ୍ର ନବରାତ୍ରୀ ଏବଂ ଶ୍ରୀ ରାମନବମୀ ଅବସରରେ ୯ ଜଣ କନ୍ୟାଙ୍କ ପାଦ ଧୋଇଥିଲେ। ସେ ପିଠାଧିଶ୍ୱରରେ କନ୍ୟାଙ୍କ କପାଳରେ ତିଲକ ଲଗାଇବା ସହ ସେମାନଙ୍କ ପୂଜା କରିଥିଲେ। ଏହି ପରମ୍ପରା ଗୋରଖନାଥ ମନ୍ଦିରରେ ବର୍ଷ ବର୍ଷ ଧରି ଚାଲିଆସୁଛି।
ପୀଠର ମହନ୍ତ ହୋଇଥିବାରୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ପ୍ରତିବର୍ଷ ବାସନ୍ତିକ ଏବଂ ଶାରଦୀୟ ନବରାତ୍ରୀ ସମୟରେ ଉପସ୍ଥିତ ରହିଥାନ୍ତି। ଏହି ଅବସରରେ ଲୋକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ସେମାନେ ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶକୁ ଅନୁକରଣ କରିବା ସହ ତାଙ୍କ ଦ୍ୱାରା ଦର୍ଶାଯାଇଥିବା ପଥ ଅନୁସରଣ କରିବା ଉଚିତ୍‌। ଆଦି ଶକ୍ତି ଭଗବତୀଙ୍କ ରୂପ ଏହି କନ୍ୟାମାନଙ୍କୁ ସୁରକ୍ଷା ଦେବା ପାଇଁ ସଂକଳ୍ପ ମଧ୍ୟ ନିଅନ୍ତୁ।

Share