Categories: ଜାତୀୟ

ରାମ ମନ୍ଦିର ଭୂମି ପୂଜାକୁ ବର୍ଷେ ପୂରିଲା: ଅଯୋଧ୍ୟା ଗସ୍ତରେ ଯୋଗୀ ଆଦିତ୍ୟନାଥ

ଅଯୋଧ୍ୟା,୫ ।୮: ରାମ ମନ୍ଦିର ଭୂମି ପୂଜାକୁ ପୂରଣ ହୋଇଛି ୧ ବର୍ଷ । ଏବେ ସେଠାରେ ମନ୍ଦିର ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଗତବର୍ଷ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜା କରିଥିଲେ । ଚଳିତ ବର୍ଷ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ସେଠାରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଏହାସହ ମନ୍ଦିର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅବଗତ ହୋଇଛନ୍ତି । ଯୋଗୀ ଟୁଇଟ୍ କରି ଲେଖିଛନ୍ତି ଦେଶର ସକଳ ଆସ୍ଥାର କେନ୍ଦ୍ର ବିନ୍ଦୁ ଓ ସମସ୍ତଙ୍କ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣର ଭୂମି ପୂଜନକୁ ଚାହୁଁ ଚାହୁଁ ୧ ବର୍ଷ ହୋଇଗଲା । ଏହି ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି । ପ୍ରଭୁ ଶ୍ରୀରାମଙ୍କ କୃପା ସମସ୍ତଙ୍କ ଉପରେ ଥାଉ । ଅନେକ ବାଦବିବାଦ ପରେ ଏବେ ଅଯୋଧ୍ୟାରେ ନିର୍ମାଣ ହେଉଛି ରାମ ମନ୍ଦିର । ବହୁ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ପ୍ରଭୁ ରାମ ଏବେ ଅଯୋଧ୍ୟାରେ ଭକ୍ତଙ୍କ୍‌ୁ ଆଶିଷ ପ୍ରଦାନ କରିବେ ।

Share