Categories: ଜାତୀୟ

ଭାଜପାକୁ କାଉଣ୍ଟର ପାଇଁ ରାହୁଲ ଗାନ୍ଧୀଙ୍କୁ ଭାଷଣ ଲେଖିକରି ପଠାଉଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ, ସାଂଘାତିକ ଅଭିଯୋଗ ଆଣିଲେ…

ନୂଆଦିଲ୍ଲୀ,୫।୮: ଆଜିକାଲି ରାହୁଲ ଗାନ୍ଧୀଙ୍କ ଭାଷଣକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ବେଳେବେଳେ ସେ ଗୃହରେ ନିଜର ମତକୁ ଆକ୍ରମଣାତ୍ମକ ଓ ପ୍ରଭାବୀ ଢଙ୍ଗରେ ପ୍ରକାଶ କରୁଛନ୍ତି। ପୁଣି ବେଳେବେଳେ ସେ ନିଜର ସଂଳାପକୁ ବ୍ୟଙ୍ଗାତ୍ମକ ଭାବରେ ମଧ୍ୟ କହି ଆଲୋଚିତ ହେଉଛନ୍ତି। ଏସବୁ ମଧ୍ୟରେ ପ୍ରଶ୍ନ ଉଠୁଛି ଯେ ରାହୁଲ ଗାନ୍ଧୀଙ୍କ ଭାଷଣ କିଏ ଲେଖୁଛି?

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚକ୍ରବ୍ୟୁହ ଏବଂ ଅଭୟ ମୁଦ୍ରାଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଭାଷଣ ଏତେ ଲୋକପ୍ରିୟ ହୋଇଛି ଯେ ରାହୁଲ ଗାନ୍ଧୀଙ୍କ ଭାଷଣ କିଏ ପ୍ରସ୍ତୁତ କରୁଛି ତାକୁ ନେଇ ପ୍ରଶ୍ନ ଉଠୁଛି। ଏହାକୁ ନେଇ ସାମ୍ବାଦିକ ଆଦେଶ ରାୱଲ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଭାଷଣକୁ ତିନି ଜଣ ଲେଖୁଛନ୍ତି।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ କମେଣ୍ଟ ସେକ୍ସନରେ ମଧ୍ୟ ରୋଚକ ମନ୍ତବ୍ୟ ଆସୁଥିବାର ଦେଖାଯାଇଛି। ଜଣେ ବ୍ୟକ୍ତି ଲେଖିଛନ୍ତି, ଯିଏ ରାହୁଲ ଗାନ୍ଧୀଙ୍କ ଭାଷଣ ଲେଖୁଛନ୍ତି ସେ ଭଲ ଲେଖୁଛନ୍ତି। ରାହୁଲ ଗାନ୍ଧୀଙ୍କ ଭାଷଣ ଶୁଣିବା ପରେ ଭାଜପା ଲାଲ୍‌ ପଡିଯାଉଛି। ଆଉଜଣେ ମଜାଳିଆ ଢଙ୍ଗରେ ଲେଖିଛନ୍ତି, ଯୋଗୀ ରାହୁଲ ଗାନ୍ଧୀଙ୍କୁ ଏକ ଲିଖିତ ଭାଷଣ ପଠାଉଛନ୍ତି । ଏବଂ ସେ ଖୁବ୍‌ଶୀଘ୍ର କଂଗ୍ରେସରେ ଯୋଗଦେବାକୁ ଯାଉଛନ୍ତି।

Share