୨୮ରେ ମୁଖ୍ୟମନ୍ତ୍ରୀଙ୍କ ୨ ଦିନିଆ ବେଙ୍ଗାଲୁରୁ ଗସ୍ତ

ଭୁବନେଶ୍ବର,୨୨ା୯(ବ୍ୟୁରୋ):  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୮ ତାରିଖରୁ ୨ ଦିନିଆ ବେଙ୍ଗାଲୁରୁ ଗସ୍ତରେ ଯିବେ। ସେଠାରେ ଆୟୋଜିତ ‘ଓଡିଶା ଇନଭେଷ୍ଟର୍ସ ମିଟ୍‌’ରେ ସେ ଯୋଗଦେବେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି। ନିବେଶକମାନଙ୍କୁ ଓ୍ବାନ ଟୁ ଓ୍ବାନ୍‌ ଭେଟି ଓଡିଶାରେ ସେମାନଙ୍କୁ ପୁଞ୍ଜି ନିବେଶ ପାଇଁ ନିମନ୍ତ୍ରଣ ଦେବେ। ଏଥିସହ ଓଡିଶା ଇନଭେଷ୍ଟର୍ସ ମିଟ୍‌ରେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କ’ଣ ସବୁ ସୁଯୋଗ ରହିଛି ତାହା ମଧ୍ୟ ଜଣାଇବେ। ବିଶେଷ କରି ଇନଭେଷ୍ଟର୍ସ ମିଟ୍‌ରେ ଆଇଟି ସିଳ୍ପ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ଜଣାପ଼ଡିଛି। କାହିଁକି ନା ବାଙ୍ଗାଲୁରୁ ଆଇଟି ହବ୍‌ ଭାବେ ପରିଚିତ। ସେଠାରେ ଥିବା ଆଇଟି କମ୍ପାନୀକୁ କିପରି ଓଡିୁଶା ଆଣିହେବ ସେଥିପ୍ରତି ରାଜ୍ୟ ସରକାର ବିଶେଷ ଧ୍ୟାନ ଦେବେ। ଏହାଦ୍ୱାରା ରାଜ୍ୟରେ ଅଧିକ ପୁଞ୍ଜିନିବେଶ ହେବା ସହିତ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ(୫-ଟି) ଭି.କେ ପାଣ୍ଡିଆନ, ଶିଳ୍ପ ସଚିବ, ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗସ୍ତ କରିବାର କାର୍ଯ୍ୟକ୍ରମ ଥିବା ଜଣାପଡିଛି।

Share