ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୫ଲକ୍ଷ ଲୋକଙ୍କୁ ମିଳିବ ମାଗଣା ଘର, ଏମାନଙ୍କୁ ମିଳିବ…

ଭୁବନେଶ୍ୱର,୨୩।୬: ସରକାର ଆସୁ ଆସୁ ଆକ୍ସନ ମୋଡରେ ମୋହନ ସରକାର। ଓଡ଼ିଶାରେ କ୍ଷମତାକୁ ଆସୁଆସୁ ୧୦୦ଦିନ ଭିତରେ ସୁଭଦ୍ରା ଯୋଜନା ଲାଗୁ କରିବାକୁ ନିର୍ଦ୍ଦେଶ ଦେବା ସହିତ ପିଏମ କିଷାନ ନିଧିରେ କୃଷକଙ୍କୁ କିସ୍ତିରେ ଟଙ୍କା ପଠାଇଛନ୍ତି। ଏହି ୧୦୦ ଦିନ ଭିତରେ ରାଜ୍ୟର ହଜାର ହଜାର ମହିଳା ୫୦ହଜାର ଟଙ୍କା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାରି ଭିତରେ ପୁଣି ଏକ ବଡ଼ ନ୍ୟୁଜ ଆସିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କରେ ନୂଆ ଅପଡେଟ ଆସିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏବେ ରାଜ୍ୟରେ ୫ ଲକ୍ଷ ନୂଆ ଘର ନିର୍ମାଣ କରିବାକୁ ଯୋଜନା କରିଛନ୍ତି ସରକାର। ଏ ଯୋଜନା କେଉଁମାନେ ଲାଭବାନ ହେବେ ଆସନ୍ତୁ ଜାଣିବା।

ରାଜ୍ୟରେ ଭାଜପା ସରକାର ଗଠନ ପରେ ଦିଲ୍ଲୀରେ ଗୁରୁତ୍ୱପୂର୍ଣ୍ଣ ପ୍ରାକ ବଜେଟ ଅନୁଷ୍ଠିତ ହୋଇଛି। ଏହି କ୍ରମରେ ରାଜ୍ୟର ବିକାଶ ପାଇଁ ଅନେକ ଦାବି ରଖିଛନ୍ତି ସରକାର । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାବି ଭାବେ PMAY ଯୋଜନାରେ ୫ ଲକ୍ଷ ଘର ମାଗିଛନ୍ତି ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । ୫ ଲକ୍ଷ ଘର ପାଇଁ କେନ୍ଦ୍ର ବଜେଟରେ ଆବଣ୍ଟନ କରାଯାଉ ବୋଲି କନକବର୍ଦ୍ଧନ କହିଛନ୍ତି । କେନ୍ଦ୍ର ସରକାର ଅନୁମୋଦନ କଲେ ରାଜ୍ୟରେ ୫ ଲକ୍ଷ ହିତାଧିକାରୀଙ୍କୁ ମାଗଣାରେ ଘର ଯୋଗାଇ ଦିଆଯାଇ ପାରିବ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଏଭଳି ଲୋକଙ୍କୁ ସହାୟତା ପ୍ରଦାନ କରାଯାଉଛି, ଯେଉଁମାନେ ଘରଟିଏ ତିଆରି କରିବାକୁ ଆର୍ଥିକ ଭାବରେ ସକ୍ଷମ ନୁହଁନ୍ତି । ଏଭଳି ଲୋକଙ୍କ ପାଇଁ ଆବାସ ଯୋଜନା ମାଧ୍ୟମରେ ଧନରାଶି ପ୍ରଦାନ କରାଯାଉଛି । ହିତାଧିକାରୀ ଏହି ଯୋଜନାର ଲାଭ ଉଠାଇବା ପାଇଁ ଆବେଦନ କରିଥିଲେ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲକ୍ଷ୍ୟ ହେଉଛି ଗରିବ ଜନ ସାଧାରଣଙ୍କୁ ପକ୍କା ଘର ଯୋଗାଇ ଦେବା । ଚାଳ ଛପର ଘରେ ରହୁଥିବା ଗରିବ ଜନସାଧାରଣଙ୍କୁ ପକ୍କା ଘରଟିଏ ତିଆରି କରିବାକୁ ଯେଭଳି କିଛି ସମସ୍ୟା ନ ହେବ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି ସରକାର । ଯଦି ଆପଣ ବି ଯୋଗ୍ୟ ପ୍ରାର୍ଥୀ ଭାବେ ଆବେଦନ କରିଥିଲେ । ଜାରି ହୋଇଥିବା ନୂଆ ଲିଷ୍ଟରେ ଆପଣଙ୍କ ନାଁ ଚେକ କରି ପାରିବେ ।
ଏହି ଯୋଜନାର ଲାଭ ପାଇବାକୁ ହେଲେ ଏକ ନିର୍ଦ୍ଦିଷ୍ଟ ମାନଦଣ୍ଡ ରହିଛି । ଏହି ଯୋଜନାରେ ସାମିଲ ହେବାକୁ ହେଲେ ପରିବାର ଆୟ ୩ ଲକ୍ଷ ଟଙ୍କାରୁ କମ୍‌ ହୋଇଥିବା ଆବଶ୍ୟକ । ସେହିଭଳି ପରିବାରର ମୁଖ୍ୟଙ୍କ ନାମରେ ପକ୍କାଘର ରହିଥିଲେ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।

Share