ଶିବାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଜି ମିଳିଲା…

ଭୁବନେଶ୍ୱର,୨୬।୧୦: ବାତ୍ୟା ସମୟରେ ଅସହାୟ ଓ ବିପନ୍ନଙ୍କ ପାଇଁ ସାହାରା ସାଜିଥିଲେ ଆଶାକର୍ମୀ । ଆଜି ଶିବାନୀଙ୍କ ଘରେ ପହଞ୍ଚି ସରକାର ବଢ଼ାଇଲେ ସହାୟତାର ହାତ। ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ପରେ ଆଜି କେନ୍ଦ୍ରାପଡ଼ା ରାଜନଗରର ଆଶାକର୍ମୀ ଶିବାନୀଙ୍କ ମଣ୍ଡଳଙ୍କ ଘରକୁ ବିଡିଓ ନିଜେ ଯାଇ ଶିବାନୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ୱାର୍କ ଅର୍ଡର ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ, ବାତ୍ୟା ‘ଦାନା’ ଆସିବା ପୂର୍ବରୁ ବୃଦ୍ଧ, ବୃଦ୍ଧା ଓ ଗର୍ଭବତୀ ମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀ ଓ ରିଲିଫ କ୍ୟାମ୍ପରେ ପହଞ୍ଚାଇବାରେ ଶିବାନୀହେଳା କରି ନଥିଲେ। ତଳିଆ ଅଞ୍ଚଳରେ ରହୁଥିବା ବୃଦ୍ଧା ଓ ଗର୍ଭବତୀଙ୍କୁ ନିଜ କାନ୍ଧରେ ବୋହି ଆଶ୍ରୟସ୍ଥଳୀରେ ପହଞ୍ଚାଇବାରେ ହେଳା କରି ନ ଥିଲେ ଶୀବାନି। ଅସହାୟଙ୍କ ପାଇଁ ପାଲଟିଥିଲେ ଦେବଦୂତ । ତାଙ୍କର ଏଭଳି କାର୍ଯ୍ୟ ପାଇଁ ଚାରିଆଡୁ ଶୁଭେଚ୍ଛାର ଶୁଅ ଛୁଟିଥିବା ବେଳେ ତୁରନ୍ତ ଆବାସ ଘର ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପରେ ଆଜି ବିଡିଓ ନିଜେ ଶିବାନୀଙ୍କ ଘରେ ପହଞ୍ଚି ତାଙ୍କୁ ଆବାସ ଯୋଜନାର ୱାର୍କଅର୍ଡର ଦେଇଛନ୍ତି ।

Share