Posted inଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା:ଏଣିକି ମାତ୍ର ୫୦୦ ଟଙ୍କାରେ ମିଳିବ ଗ୍ୟାସ୍‌ ସିଲିଣ୍ଡର, ଜାଣନ୍ତୁ କିଏ ଉଠାଇ ପାରିବେ ଲାଭ

ଚଣ୍ଡିଗଡ,୭।୮: ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସଇନି ତିଜ୍‌ ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ୧୨ ଲକ୍ଷ ହିତାଧିକାରୀ ଭଉଣୀ ବର୍ତ୍ତମାନ ମାତ୍ର ୫୦୦ ଟଙ୍କା ପାଇଁ ଗ୍ୟାସ ସିଲିଣ୍ଡର ପାଇବେ। ୪୬ ଲକ୍ଷ ପରିବାର ଯାହାଙ୍କ ଆୟ ୧.୮୦ ଲକ୍ଷରୁ କମ, ସେମାନେ ଏହି ସୁବିଧା ପାଇବେ।

ସଇନି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରତ୍ୟେକ ପରିବାରକୁ ଗ୍ୟାସ ସଂଯୋଗ ଯୋଗାଇବା ପାଇଁ କାର୍ଯ୍ୟ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପ୍ରତ୍ୟେକ ଘରକୁ ଗ୍ୟାସ ସଂଯୋଗ ଯୋଗାଇବା ପାଇଁ ବ୍ୟବସ୍ଥା କରିଥିଲେ।

ସଇନି ଜିନ୍ଦସ୍ଥିତ‘ରାଜ୍ୟ ସ୍ତରୀୟ ତିଜ ମହୋତ୍ସବ’ରେ ସମ୍ବୋଧନ ସମୟରେ ଏହି ଘୋଷଣା କରିଛନ୍ତି। ସେ ନିଜକୁ ମହିଳାଙ୍କ ‘ଭାଇ’ ବୋଲି ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଭାଇ ଘରକୁ ଆସିବା ପରେ ଭଉଣୀଙ୍କ ସ୍ବର ବଢିଥାଏ। ଆଜିକାଲି ଶ୍ରାବଣ ମାସ ଏବଂ ମା’ ଏବଂ ଭଉଣୀଙ୍କ ପବିତ୍ର ପର୍ବ ତିଜ୍‌ର ମାହୋଲ ଚାଲିଛି।
ସଇନି କହିଛନ୍ତି, ତିଜ ମହୋତ୍ସବକୁ ଆସିବା ମୋ ପାଇଁ ଗର୍ବର ବିଷୟ। ମୁଁ ସମସ୍ତ ଭଉଣୀମାନଙ୍କୁ ହାତଯୋଡି ଅଭିବାଦନ ଜଣାଉଛି। ମୋର ଭଉଣୀମାନଙ୍କ ମଧ୍ୟରେ ଆସିବାର ସୁଯୋଗ ପାଇଛି।

ସଇନି ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୩ରେ ’ଲକ୍ଷ୍ମୀ ଦିଦି’ ଆରମ୍ଭ କରିଥିଲେ। ଲକ୍ଷ୍ୟ ହେଉଛି ହରିୟାଣାରେ ଦୁଇ ଲକ୍ଷ ଭଉଣୀ ଏବଂ ଝିଅଙ୍କୁ ଲକ୍ଷ୍ମୀ ଦିଦି କରିବା ଏବଂ ଆମେ ସେଥିରେ ଦ୍ରୁତ ଗତିରେ ଆଗକୁ ବଢୁଛୁ। ଆମର ଲକ୍ଷ୍ୟ ହେଉଛି ପ୍ରଥମ ପର୍ଯ୍ୟାୟରେ ୬୨ ହଜାର ଲକ୍ଷପତି ଦିଦି ସୃଷ୍ଟି କରିବା।


Enter your email to get our daily news in your inbox.

All Right Reserved By Dharitri.Com

ହେମନ୍ତ ସୋରେନଙ୍କ ସଙ୍ଗିନ ଅଭିଯୋଗ, କହିଲେ ସମସ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ମିଶି ମୋତେ …

ରାଞ୍ଚି,୧୯।୯: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଭାଜପା ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ‘ଆପକି ସରକାର ଆପକେ ଦ୍ୱାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଗରୱା...

ସିଟ ଶେୟାରିଂକୁ ନେଇ କଂଗ୍ରେସ-ଶରଦ ପାଓ୍ବାରଙ୍କ ଟେନଶନ ବଢାଇଲେ ଉଦ୍ଧବ!

ମୁମ୍ବାଇ,୧୯।୯: ମହାରାଷ୍ଟ୍ରରେ ମହାବିିକାଶ ଆଘାଡି ମଧ୍ୟରେ ସିଟ ଶେୟାରିଂ ପ୍ରସଙ୍ଗ ଜଟିଳ ହେବାରେ ଲାଗିଛି। ଏମଭିଏର ସିଟ ଶେୟାରିଂ ଏତେ ସହଜରେ ଶେଷ ହେବା ପରି...

ହୋଇଗଲା ସ୍ପଷ୍ଟ… କ’ଣ ହେବ କେଜରିଓ୍ବାଲଙ୍କ ପରବର୍ତ୍ତି ପଦକ୍ଷେପ

ନୂଆଦିଲ୍ଲୀ,୧୯।୯: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଅରବିନ୍ଦ କେଜରିିୱାଲ ପରବର୍ତ୍ତୀ ସମୟରେ କ’ଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଘଟଣା...

ରିପୋର୍ଟରୁ ହେଲା ନିଶ୍ଚିତ: ତିରୁପତି ମନ୍ଦିର ପ୍ରାସାଦରେ ହେଉଛି ଗୋରୁ ମାଂସ, ମାଛ ତେଲ ବ୍ୟବହାରର

ତିରୁପତି,୧୯।୯: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ତିରୁପତି ମନ୍ଦିର ପ୍ରାସାଦରେ ଘିଅ ବଦଳରେ ପଶୁ ଚର୍ବି ମିଶ୍ରଣ କରିଥିବା ଅଭିଯୋଗ କରିଛନ୍ତି। ଏହା ପରେ ନମୁନା...

ଅଜିତ ଡୋଭାଲ ହାଜିର ହୋ…ଭାରତୀୟ ‘ଜେମ୍ସ ବଣ୍ଡ’ଙ୍କ ବିରୋଧରେ କେଉଁ କୋର୍ଟ ଜାରି କଲା ସମନ?

ନୂଆଦିଲ୍ଲୀ,୧୯।୯: ନ୍ୟୁୟର୍କର ଦକ୍ଷିଣ ଜିଲାର ଆମେରିକାର ଜିଲା କୋର୍ଟ ଭାରତ ସରକାରଙ୍କ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ପୂର୍ବତନ ର ମୁଖ୍ୟ ସାମନ୍ତ ଗୋୟଲଙ୍କୁ...

କୋଲକାତା ବଳାତ୍କାର-ହତ୍ୟା ଘଟଣାର ଆଉ ଏକ ନୂଆ ତଥ୍ୟ ଆସିଲା ସାମ୍ନାକୁ! ଦୁଇ ଦିନ ପର୍ଯ୍ୟନ୍ତ ଜବତ ହୋଇ ନ ଥିଲା…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଏବଂ ପରେ ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ନୂଆ...

ରାହୁଲଙ୍କୁ କାହିଁକି ଭାଇରସ ବୋଲି କହିଲେ ମୋଦି

ନୂଆଦିଲ୍ଲୀ,୧୯।୯: ଜମ୍ମୁ କଶ୍ମୀରରେ ୨୫ସେପ୍ଟେମ୍ବର ୨୦୨୪ରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୟ ଶେରାୱାଲି କହି ରାଲିରେ ନିଜର...

ପାକିସ୍ତାନ ଉପରେ ବର୍ଷିଲେ ମୋଦି କହିଲେ, ଜମ୍ମୁ-କଶ୍ମୀରେ ଲାଗୁ ହେବାକୁ ଦେବୁ ନାହିଁ…

ନୂଆଦିଲ୍ଲୀ,୧୯।୯: ଜମ୍ମୁ କଶ୍ମୀରରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରି ମୋଦି କଂଗ୍ରେସ, ନାଶନାଲ କନଫରେନ୍ସ ଏବଂ ପିଡିପି ଉପରେ ଖୁବ ବର୍ଷିଛନ୍ତି। ପାକିସ୍ତାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri