ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କେନ୍ଦୁଝରରେ ହେବ ମେଗା ଷ୍ଟିଲ ପ୍ରକଳ୍ପ

କେନ୍ଦୁଝର,୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ନିଶ୍ଚିତ ଭାବରେ ମେଗା ଇସ୍ପାତ କାରଖାନା ହେବ। ଶୁକ୍ରବାର ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କେନ୍ଦୁଝର ଜିଲା ଗସ୍ତରେ ଯାଇ  ମୁଖ୍ୟମନ୍ତ୍ରୀ ମୋହନ ମାଝି ଖବରଦାତାଙ୍କୁ ଏଭଳି କହିଛନ୍ତି।
ସେ କହିଛନ୍ତି ଯେ,  ଦିଲ୍ଲୀ ଓ ମୁମ୍ବାଇରେ ରୋଡ ଶୋ ବେଳେ ପୋସ୍କୋ ଓ ଜେଏସ୍‌ଡବ୍ଲ୍ୟୁଙ୍କ ସହିତ କଥାବାର୍ତ୍ତା କରିଥିଲି। ମୁମ୍ବାଇରେ ଉତ୍କର୍ଷ ଓଡ଼ିଶା ଓ ମେକ୍‌ ଇନ ଇଣ୍ଡିଆ କାର୍ଯ୍ୟକ୍ରମ ବେଳେ ଦୁଇ କମ୍ପାନୀ ଓଡ଼ିଶାରେ ଇସ୍ପାତ କାରଖାନା ପ୍ରତିଷ୍ଠା ନେଇ  ଚୁକ୍ତିନାମା ସାକ୍ଷର କରିଥିଲେ। ତେବେ ସେମାନେ କେନ୍ଦୁଝର ଜିଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା କରିବେ ବୋଲି ସୂଚନା ଦେଇଥିଲେ।
ପ୍ରକାଶ ଯେ, କେନ୍ଦୁଝର ଜଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ  କଞ୍ଚାମାଲ ଲୁହାପଥର ସମେତ ସମସ୍ତ ଭିତ୍ତିଭୂମିର ସୁବିଧାସୁଯୋଗ ରହିଛି। ଜାତୀୟ ରାଜପଥ, ରେଳପଥ, ଖଣି, ବୈତରଣୀ ନଦୀପାଣି ଆଦି ରହିଛି। ପୂର୍ବରୁ ପ୍ରସ୍ତାବିତ ଆର୍ସେଲର ମିତଲ ପାଇଁ ପାଟଣା, ଉତ୍ତମ ଗଲଭା ପାଇଁ ପଳାଶପଂଗାରେ ପ୍ରସ୍ତାବିତ ସ୍ଥାନ ବ୍ୟତୀତ ତରମାକାନ୍ତ ଚା’ ବାଗନ ଜମିରେ ହେବା ସମ୍ଭାବନା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା OTET ରେଜଲ୍ଟ: ଜାଣନ୍ତୁ କେମିତି ଦେଖିବେ ନିଜର ମାର୍କ

ଭୁବନେଶ୍ୱର,୨୨।୧୧: ରାଜ୍ୟରେ ଶିକ୍ଷକ ନିଯୁକ୍ତି ପାଇଁ ହେଉଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ରେଜଲ୍ଟ ପ୍ରକାଶ ପାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ...

ହନୁମାନ ମନ୍ଦିରରୁ ପୂଜା ସାମଗ୍ରୀ ନେବାବେଳେ ଧରିଲା ପୋଲିସ, ବାଇକ୍‌ ଛାଡ଼ି ଦୁର୍ବୃତ୍ତ ଫେରାର

କେନ୍ଦୁଝର,୨୨ା୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ବାମ ଶାସନ ଛକ ନିକଟରେ ଥିବା ହନୁମାନ ମନ୍ଦିରରୁ ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତ ତାଲା ଭାଙ୍ଗି...

ରୋଲରକୁ ପିଟିଲା ବସ୍‌, ୧୫ ଯାତ୍ରୀ ଆହତ

ଭଦ୍ରକ,୨୨ା୧୧: ବାଇକ୍‌କୁ ଓଭର ଟେକ୍ ବେଳେ ରୋଲରକୁ ପିଟିଲା ବସ୍‌। ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ବରପଦା ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି।...

ଟ୍ରକ୍‌କୁ ପିଟିଲା ଟମାଟୋ ବୋଝେଇ ପିକ୍‌ଅପ୍‌, ୨ ଗୁରୁତର

କୋକସରା,୨୨ା୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଜାତୀୟ ରାଜପଥ ୨୬ କୋକସରା ଥାନା ଡଙ୍ଗରିଗୁଡ଼ା ଆପନା ଢାବା ନିକଟରେ ଏକ ଟ୍ରକ୍‌କୁ ଜୟପୁର ପଟୁ ବଲାଙ୍ଗୀରକୁ...

ସିରିଜ୍‌ ଚୋରି: ମାର୍କେଟ୍‌ କମ୍ପ୍ଲେକ୍ସର ସିସିଟିଭି ଭାଙ୍ଗି ୪ ଦୋକାନରୁ ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ସାମ୍ନା ଅଶୋକ ସ୍ବାଇଁଙ୍କ ମାର୍କେଟ କମ୍ପ୍ଲେକ୍ସରେ ଥିବା ୪ ଦୋକାନର ତାଲା ଭାଙ୍ଗି ଦୁର୍ବୃତ୍ତମାନେ...

ଜମୁଛି ବାଲିଯାତ୍ରା: ଶୀତୁଆ ସନ୍ଧ୍ୟାରେ ମତୁଆଲା କଲା ସୁରେଶ, ସୋହିନୀଙ୍କ ଗୀତ

କଟକ, ୨୨ା୧୧(ଶିଳ୍ପା ପ୍ରିୟଦର୍ଶିନୀ): ବାଲିଯାତ୍ରାର ସପ୍ତମ ସନ୍ଧ୍ୟାରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ବଲିଉଡ୍‌ କଣ୍ଠଶିଳ୍ପୀ ପଦ୍ମଶ୍ରୀ...

ଭୟଙ୍କର ଦୁର୍ଘଟଣା: ବାଇକ୍‌ରେ ଯାଉଥିଲେ ୪ ଜଣ, ସମସ୍ତଙ୍କୁ ଚାପିଦେଲା ଟ୍ରକ୍‌

ଜୟପୁର,୨୨ା୧୧(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ ଜବାକନାଡ଼ି ନିକଟରେ ଶୁକ୍ରବାର ସକାଳେ ଟ୍ରକ୍‌ ସହ ଏକ ବାଇକ୍‌ର ମୁହାଁମୁହିଁ ଧକ୍କା ହେବାରୁ...

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା

ଯାଜପୁର,୨୨ା୧୧: ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ଆଇନ ମନ୍ତ୍ରୀ। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ବିରୋଧରେ ଭୟଙ୍କର ଆକ୍ସନ ନିଆଯିବ କହିଲେ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri