Categories: ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପିଏମ ସୂର୍ଯ୍ୟ ଘର ଯୋଜନାରେ ଏମିତି ପାଇବେ ଲାଭ

ନୂଆଦିଲ୍ଲୀ,୨୩।୬: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ ଯୋଜନା ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଗ୍ରହଣ କରୁଥିବା ସବସିଡି ଉପରେ ଅତିରିକ୍ତ ସବସିଡି ପ୍ରଦାନ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ଅତିରିକ୍ତ ସୁବିଧା ସରକାର ରାଜ୍ୟବାସୀଙ୍କୁ ପ୍ରଦାନ କରିବେ। ରାଜ୍ୟ ସରକାରଙ୍କ ନେତୃତ୍ୱରେ ନିଆଯାଇଥିବା ଏହି ନିଷ୍ପତ୍ତି ସାଧାରଣ ଜନତାଙ୍କ ପାଇଁ କେତେ ଲାଭଦାୟକ ହେବ ଆସନ୍ତୁ ଜାଣିବା ।

ଉତ୍ତରପ୍ରଦେଶର ଯୋଗୀ ସରକାରଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏହି ବିଷୟରେ ପୋଷ୍ଟ କରାଯାଇଛି। ଏହି ପୋଷ୍ଟରେ କୁହାଯାଇଛି ଯେ, ସାଧାରଣ ଲୋକଙ୍କୁ ବିଦ୍ୟୁତ ବିଲରୁ ଆଶ୍ୱସ୍ତି ଯୋଗାଇବା ପାଇଁ ‘ପିଏମ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ’ ଯୋଜନା ଚାଲିଛି। 2KW, 3KW, 4KW, 5KW ର ସୌର ରୁଫଟପ୍‌ ପ୍ଲାଣ୍ଟ ସ୍ଥାପନ ପାଇଁ ଗ୍ରାହକଙ୍କୁ ମଧ୍ୟ କେନ୍ଦ୍ର ଏବଂ ୟୁପି ସରକାର ସବସିଡି ପ୍ରଦାନ କରୁଛନ୍ତି।

କେନ୍ଦ୍ର ସରକାର ଦେଇଥିବା ସବସିଡି ବ୍ୟତୀତ ୩୦ହଜାର ଟଙ୍କା ଅଲଗା ଅନୁଦାନ ପ୍ରଦାନ କରାଯିବ। ଏହାର ଅର୍ଥ ହେଉଛି 2KW ରେ ମୋଟ ୯୦ହଜାର ଟଙ୍କା ସବସିଡି ଉପଲବ୍ଧ ହେବ। ୩,୪ ଏବଂ 5KW ରେ କେନ୍ଦ୍ର ସରକାରଙ୍କ ତରଫରୁ ୭୮ ହଜାର ଟଙ୍କା ସବସିଡି ଉପଲବ୍ଧ ଥିବାବେଳେ ରାଜ୍ୟ ସରକାର ୩୦ ହଜାର ଟଙ୍କା ଅତିରିକ୍ତ ସବସିଡି ଦେବେ। ଯେଉଁଥିପାଇଁ ମୋଟ ରାଶି ୧ ଲକ୍ଷ ୮ ହଜାର ଟଙ୍କା ହେବ।

ପିଏମ-ସୂର୍ଯ୍ୟ ଘର ଯୋଜନା ହେଉଛି ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଯୋଜନା, ଯେଉଁଥିରେ ଲକ୍ଷ୍ୟ ହେଉଛି ୧ କୋଟି ଘରର ଛାତ ଉପରେ ସୌର ପ୍ୟାନେଲ ଲଗାଇବା। ଯାହା ମାଗଣା ବିଦ୍ୟୁତ ସୁବିଧା ଯୋଗାଇବ। ଏହି ଯୋଜନା ଅଧୀନରେ ଯଦି ଆପଣ ନିଜ ଘରର ଛାତ ଉପରେ ସୌର ପ୍ୟାନେଲ ଲଗାନ୍ତି, ତେବେ ସରକାର ହିତାଧିକାରୀଙ୍କୁ ବିଭିନ୍ନ ବର୍ଗରେ ୭୮,୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ପ୍ରଦାନ କରିବେ। ଏଏହା ସହ ସାଧାରଣ ଜନତା ବାର୍ଷିକ ୧୮ ହଜାର ଟଙ୍କା ସଞ୍ଚୟ କରିବେ ଏବଂ ସରକାରଙ୍କ ସବୁଜ ଶକ୍ତିର ସ୍ବପ୍ନ ଶୀଘ୍ର ପୂରଣ ହେବ।

Share