ଦେବଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର

ଦେବଗଡ଼,୧୬।୫(ଶଶାଙ୍କ ଶେଖର ଝାଙ୍କର)ସମ୍ବଲପୁର ମୋର ପ୍ରିୟ ଭାଇ ଓ ଭଉଣୀମାନେ ସମସ୍ତଙ୍କୁ ମୋର୍‌ ଜୁହାର୍‌। ବିଏସକେୱାଇ ଯୋଜନା ଭଲ କି? ମିଶନ ଶକ୍ତି, ମମତା ଯୋଜନା, ଲକ୍ଷ୍ମୀ ବସ, ୫-ଟି ସ୍କୁଲ, କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା, ମା’ ସମଲେଇ ପ୍ରକଳ୍ପ, ପୁରୀ ପରିକ୍ରମା ପ୍ରକଳ୍ପ ଭଲ କି?, ନବୀନ ପଟ୍ଟନାୟକ ଭଲ କି ? ଶଙ୍ଖ ଚିହ୍ନ ଭଲ କି? ଜୁଲାଇ ମାସରୁ ଆପଣଙ୍କ ବିଜୁଳି ବିଲ ଆସିବ ନାହିଁ। ବିଜେଡି ସରକାର ବିଜୁଳି ମାଗଣା ଦେବେ। ଆପଣମାନେ ଖୁସି ତ। ନିଜର ନିଆରା ଅନ୍ଦାଜରେ ଜନସଭାକୁ ସମ୍ବୋଧନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ରାଉରକେଲାଠାରେ ସଭା ସାରିବା ପରେ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଦେବଗଡ, ଛେଣ୍ଡିପଦା ଓ ଆଠମଲ୍ଲିକରେ ପହଞ୍ଚତ୍ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନଙ୍କୁ ସ୍ବାଗତ ଜଣାଇଥିଲେ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିକଶିତ ଓଡିଶା ଗଠନ ହେଉଛି। ଜନତାଙ୍କ ମୌଳିକ ସମସ୍ୟାର ସମାଧାନ କରିବା ସହିତ ସମସ୍ତ କ୍ଷେତ୍ରରେ ଉନ୍ନତିମୂଳକ କାମ ହୋଇଛି। ଗତଥର କାର୍ତ୍ତିକ ପାଣ୍ଡିଆନ ଆସିଥିବାବେଳେ ଆପଣମାନେ ଅଭିଯୋଗ ପତ୍ର ଜରିଆରେ ଯାହା ଜଣାଇଥିଲେ ତାହା ସବୁ ପୂରଣ ହୋଇଛି, ଆଉ କିଛି କାମ ଖୁବଶୀଘ୍ର ପୂରଣ ହେବ। ବିଜୁଳି ସମସ୍ୟା କଥା ଆପଣମାନେ ଜଣାଇଥିଲେ। ଏହି ମଞ୍ଚରୁ ଆପଣ ଖୁସି ଖବର ଶୁଣିନିଅନ୍ତୁ। ଆସନ୍ତା ଜୁଲାଇରୁ ଆପଣଙ୍କର ବିଜୁଳି ମଗଣା ହେବ। ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି। ନୂଆ ଓଡିଶା ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ସଂକଳ୍ପ ନେଇଛନ୍ତି। ତାକୁ ପୂରଣ କରିବାକୁ ହେଲେ ଆପଣମାନଙ୍କୁ ଏଥର ଦୁଇଥର ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ହେବ ବୋଲି ନିବେଦନ କରିଥିଲେ ପ୍ରଣବ। ମଞ୍ଚରେ ସିଧାସଳଖ କେନ୍ଦ୍ରମନ୍ତ୍ରୀଙ୍କୁ ନିଶାଣ କରିଥିଲେ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ୨୦୧୪ରେ ଭାଜପା ସରକାର ଗଠନ ହେଲେ ଦରଦାମ କମାଇବାକୁ କହିଥିଲେ। କମିଲା କି? ଏଠାରେ ଭାରତୀୟ ଜନତା ପାର୍ଟିର ଯିଏ ଲୋକ ସଭା ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ଗୋଟିଏ ଗୋଟିଏ ଦସ୍ତଖତ ମା’ମାନଙ୍କ ଆଖିରୁ ଲୁହ ଝରାଇଛି। କୁଚିଣ୍ଡା, ଦେବଗଡ, ଛେଣ୍ଡିପଦା, ଆଠମଲ୍ଲିକ, ସମ୍ବଲପୁର ଅଞ୍ଚଳର ମା’ମାନଙ୍କୁ ଦୁଃଖକଷ୍ଟ ଦେଇଛନ୍ତି। ବଡବଡ କମ୍ପାନୀକୁ ଲାଭ ଦେବା ପାଇଁ ଆଦିବାସୀ, ଗରିବଙ୍କ ପେଟରେ ଲାତ ମାରଛନ୍ତି ଏଠାକାର ଭାଜପା ପ୍ରାର୍ଥୀ। ଏବେ ନିର୍ବାଚନ ଆସିବାରୁ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସମଲେଇ ମା’ଙ୍କ ପ୍ରକଳ୍ପର ଋପାନ୍ତରଣ କାମକୁ ରୋକିବା ପାଇଁ ଲାଗିପଡିଥିଲେ। ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଛନ୍ତି। କିନ୍ତୁ ଆପଣଙ୍କ ପାଖରେ ରହିଥିବା ପ୍ରଣବ ପ୍ରକାଶ ଦାସ ମା’ଙ୍କ କାମ ପୂରା କରିବାକୁ ଲାଗିପଡ଼ିଥିଲେ। ମୁଖ୍ୟମନ୍ତ୍ରୀ କଲେଜ ଛାତ୍ରୀଛାତ୍ରଙ୍କୁ ନୂଆ ଓ ସ୍କୋଲାରସିପ ଦେଇଛନ୍ତି। ଏଠି ଛିଡା ହୋଇଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିବେ କି କେତେ ପିଲାଙ୍କୁ ବୃତ୍ତି ଦେଇଛନ୍ତି। ଜୁନ ୯ ତାରିଖରେ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବା ପରେ ତିନୋଟି ଦସ୍ତଖତ କରିବେ। ପ୍ରଥମ ହେଲା ବିଜୁଳି ବିଲ ଛାଡ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କୁ ସାମିଲ କରାଯିବ। ୬୦ ବର୍ଷ ହୋଇଥିବା ମିଶନ ଶକ୍ତି ମା’ମାନଙ୍କୁ ପେନସନ ପ୍ରଦାନ। ଏହା ହେଉଛି ନବୀନ ଗ୍ୟାରେଣ୍ଟି। ନବୀନ ପଟ୍ଟନାୟକ ଯାହା କହନ୍ତି ତାହା କରନ୍ତି। ପ୍ରଣବ ପ୍ରକାଶ ହେଉଛନ୍ତି ଓଡ଼ିଶା ମାଟିର ଲଢୁଆ ପୁଅ। ସେ ଆପଣଙ୍କ ପାଇଁ ଦିଲ୍ଲୀରେ ଲଢେଇ କରିବେ। ତେଣୁକରି ଆପଣମାନେ ପ୍ରଣବ ପ୍ରକାଶ ଓ ବିଜୁ ଜନତା ଦଳର ଆପଣଙ୍କ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ମାତ୍ରାରେ ଆଶୀର୍ବାଦ କରନ୍ତୁ ବୋଲି ନିବେଦନ କରିଥିଲେ। ନବୀନ ଗ୍ୟାରେଣ୍ଟି ପ୍ରତି ଲୋକଙ୍କ ସମ୍ପୂର୍ଣ୍ଣ ଭରସା ରହିଥିବାବେଳେ ମିଛ ପ୍ରଚାର କରି ଲୋକଙ୍କୁ ଭୁଆଁ ବୁଲାଉଥିବା ବିରୋଧୀମାନେ ଖୁବଶୀଘ୍ର ଏହାର ଜବାବ ପାଇବେ ବୋଲି ମତପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଖଣ୍ଡା ବୁଢାରଜା ଝାମୁଯାତ୍ରା ସମ୍ପନ୍ନ

ଲାଞ୍ଜିଗଡ଼, ୧୮ା୩(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଖବାହାଲି ପଞ୍ଚାୟତ ଥୁଆଙ୍ଗପଦର ପାଟଖଣ୍ଡା ବୁଢାରଜା ଝାମୁଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ମଙ୍ଗଳବାର ସମ୍ପନ୍ନ...

ଗୁଣି ସନ୍ଦେହରୁ ଗୋଷ୍ଠୀ ସଂଘର୍ଷ: ବାପପୁଅଙ୍କ ସମେତ ୩ ମୃତ, ଖାରିପଲ୍ଲୀ ଗାଁରେ ଉତ୍ତେଜନା

ଧରାକୋଟ/ବ୍ରହ୍ମପୁର,୧୮ା୩(ବିଷ୍ଣୁକେଶରୀ ଆଚାର୍ଯ୍ୟ/ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ଗୁଣିଗାରେଡ଼ି ଭଳି ଅନ୍ଧବିଶ୍ବାସ ପୁଣିଥରେ ମୁଣ୍ଡ ନେଇଛି। ବଡ଼ଗଡ଼ ଥାନା ଅନ୍ତର୍ଗତ ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ...

ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ଘୁମୁସର ବନଖଣ୍ଡ ସମ୍ବର୍ଦ୍ଧିତ: ଦକ୍ଷିଣ ବନଖଣ୍ଡର ୧୬, ଉତ୍ତର ବନଖଣ୍ଡର ୭ ସମ୍ବର୍ଦ୍ଧିତ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ)- ପୁରୀ ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ଗଞ୍ଜାମ ଜିଲା ଭଞ୍ଜନଗର ଦକ୍ଷୀଣ ଘୁମୁସର ବନଖଣ୍ଡର ୧୬ ଜଣ ଏବଂ ଉତ୍ତର ଘୁମୁସର ବନଖଣ୍ଡର ୭...

ଦୁର୍ଘଟଣାରେ ଆଖି ବୁଜିଲେ ୨ ଯୁବକ

ଭଞ୍ଜନଗର,୧୮।୩(ବାବୁଲା ପ୍ରଧାନ )- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବିରିକୋଟର ବାଳକୃଷ୍ଣ ପାତ୍ର(୪୦) ମଙ୍ଗଳବାର ନିଜ ଘର ସମ୍ମୁଖରେ ଅସାବଧାନତା ବଶତଃ ଝୁଣ୍ଟି ପଡିବାରୁ...

ଖବର ପ୍ରକାଶ ପରେ ମରାମତି ହେଲା ପ୍ରକଳ୍ପ, ଧନ୍ୟବାଦ ଜଣାଇଲେ ଗ୍ରାମବାସୀ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ବ୍ଲକ ଖୁଣ୍ଟିଆ ପଞ୍ଚାୟତ ନଦୀ ପଡାରେ ୧୦ ଆଦିବାସୀ ପରିବାର ବସବାସ କରୁଥିବା ବେଳେ ଏଠାରେ ଥିବା ଏକମାତ୍ର...

ଅଜା, ଆଈ ଭରସାରେ ଭିନ୍ନକ୍ଷମ ଜଗଦୀଶ

କୋକସରା,୧୮ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମା’ବାପା ମାନସିକ ରୋଗାକ୍ରାନ୍ତ ହୋଇଥିବାବେଳେ ସେମାନଙ୍କର ୫ ବର୍ଷର ଭିନ୍ନକ୍ଷମ ଶିଶୁପୁତ୍ର ଅଜା, ଆଈଙ୍କ ଭରସାରେ ଜୀବନ ବିତାଉଛନ୍ତି। ଏଭଳି...

ଲେଙ୍ଗୁମିଶ୍ର ଛକ-ଜୀରାବ୍ରିଜ ରାସ୍ତା ଜବରଦଖଲ: ଉଚ୍ଛେଦ ପାଇଁ ପୌର ପରିଷଦର ନୋଟିସ୍ -ଏଥର ଉଚ୍ଛେଦ ହେବ ତ !

ବରଗଡ, ୧୮।୩(ପ୍ରେମାନନ୍ଦ ଖମାରୀ) – ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ ମସିହାରୁ ଦାବି...

ପାରଳାଖେମୁଣ୍ଡିରେ ମେଡିକାଲ କଲେଜ ଖୋଲିବାକୁ ଦାବି ଜଣାଇଲେ ବିଧାୟକ

ଗଜପତି,୧୮।୩ି(ଗିରିଧାରୀ ପରିଛା): ବର୍ତ୍ତମାନ ବିଧାନସଭା ଅଧିବେଶନ ଚାଲୁ ରହିଥିବା ବେଳେ ପାରଳାଖେମୁଣ୍ଡି ବିଧାୟକ ଇଂ.ରୁପେଶ କୁମାର ପାଣିଗ୍ରାହୀ ପାରଳାଖେମୁଣ୍ଡିଠାରେ ଏକ ମେଡିକାଲ କଲେଜ ଖୋଲିବାକୁ ଦାବି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image