Categories: ଖେଳ

ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ, ୧ କୋଟି ଟଙ୍କା ପୁରସ୍କାର

ଭୁବନେଶ୍ୱର, ୫ା୯ (ସ୍ପୋଟର୍‌ସ ବ୍ୟୁରୋ): ଉଦ୍‌ଘାଟନୀ ଅଲ୍ଟିମେଟ୍‌ ଖୋ ଖୋ ଲିଗ୍‌ ଜିତି ଇତିହାସ ସୃଷ୍ଟି କରିଥିବା ଓଡ଼ିଶା ଜଗରନଟ୍ସ ଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଏଥିସହିତ ସଫଳତା ହାସଲ କରିଥିବାରୁ ବିଜୟୀ ଦଳ ପାଇଁ ସେ ୧ କୋଟି ଟଙ୍କା ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି। ଜଗରନଟ୍ସ ଆଗକୁ ଭଲ ପ୍ରଦର୍ଶନ ଜାରି ରଖି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଭିଡିଓ କନଫରେନ୍ସ ଜରିଆରେ କୋଚ୍‌ ଓ ଖେଳାଳିଙ୍କ ସହ ମୁଖ୍ୟମନ୍ତ୍ରୀ ଶନିବାର ବାର୍ତ୍ତାଳାପ କରିଥିଲେ। ରବିବାର ଫାଇନାଲରେ ଦଳର ଭଲ ପ୍ରଦର୍ଶନ ନେଇ ସେ ଶୁଭକାମନା କରି ସେମାନଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ କୋଚ୍‌ ଅଶ୍ୱିନ କୁମାର ଶର୍ମା, ସହ ଅଧିନାୟକ ଦୀପେଶ ବିଜୟ ମୋରେ ଓ ଖେଳାଳି ଜଗନ୍ନାଥ ମୁର୍ମୁଙ୍କ ସହ କଥା ହୋଇଥିଲେ। ରବିବାର ପ୍ରଭାବୀ ପ୍ରଦର୍ଶନ କରି ଲୋଭନୀୟ ଟ୍ରଫି ସହ ଦଳ ଭୁବନେଶ୍ୱର ଫେରିବ ବୋଲି ସେମାନେ ଦମ୍ଭୋକ୍ତି ପ୍ରକାଶ କରିଥିଲେ।

Share