Categories: ଜାତୀୟ

ସ୍ବାସ୍ଥ୍ୟସେବାକୁ ସଜାଡିବାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ, ପ୍ରତି ଜିଲାରେ ଖୋଲିବ ମେଡିକାଲ କଲେଜ

ଚଣ୍ଡିଗଡ଼, ୧୩।୫: ରାଜ୍ୟର ବିଶୃଙ୍ଖଳିତ ସ୍ବାସ୍ଥ୍ୟସେବାକୁ ସଜାଡିବାକୁ ଶୁକ୍ରବାର ବଡ଼ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ। ଏହା ଅଧୀନରେ ଗୁଣାତ୍ମକ ଡାକ୍ତରୀ ଶିକ୍ଷା ଏବଂ ସ୍ବାସ୍ଥ୍ୟସେବାରେ ସୁବିଧା ବୃଦ୍ଧି ଲକ୍ଷ୍ୟରେ ପଞ୍ଜାବର ପ୍ରତ୍ୟେକ ଜିଲାରେ ସରକାର ଏକ ମେଡିକାଲ କଲେଜ ଖୋଲିବାକୁ ଯୋଜନା କରୁଛନ୍ତି। ତେବେ ସରକାରୀ କଲେଜଗୁଡିକରେ ସିଟ୍‌ ସଂଖ୍ୟା ସୀମିତ ଥିବାରୁ ଛାତ୍ରୀଛାତ୍ରମାନେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବାକୁ ପଡୁଛି । ସେହିପରି ବେସରକାରୀ ଅନୁଷ୍ଠାନଗୁଡିକ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଅଧିକ ଦାବି କରୁଛନ୍ତି। ତେଣୁ ସରକାରୀ ମେଡିକାଲ କଲେଜ ସଂଖ୍ୟା ବୃଦ୍ଧି ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Share