ଆସନ୍ତା ୨୩ ରେ ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି: ଜାଣନ୍ତୁ କିପରି କରିବେ ଅନ୍‌ଲାଇନ୍‌ ପଞ୍ଜୀକରଣ

ନୂଆଦିଲ୍ଲୀ,୧୮ା୯: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜନଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ତା ୨୩ ତାରିଖ ସୋମବାର ଦିନ ଅନୁଷ୍ଠିତ ହେବ । ଭୁବନେଶ୍ୱର ୟୁନିଟ୍‌-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ଏହି ଅଭିଯୋଗ ଶୁଣାଣି ହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି ।

ଏଥିପାଇଁ ଅନ୍‌ଲାଇନ୍‌ ପଞ୍ଜୀକରଣ ଆସନ୍ତାକାଲି ପୂର୍ବାହ୍ଣ ୧୧ଟାରୁ ଆରମ୍ଭ ହେବ । ସର୍ବାଧିକ ହଜାରେ ଜଣ ପଞ୍ଜୀକରଣ କରିପାରିବେ । ଜନଶୁଣାଣି ପୋର୍ଟାଲ janasunani.odisha.gov.in ଏବଂ ଜନଶୁଣାଣି ମୋବାଇଲ ଆପ୍‌ରେ ଅଭିଯୋଗକାରୀମାନେ ପଞ୍ଜୀକରଣ କରିପାରିବେ ।

Share