ଚେନ୍ନାଇ,୧୪।୧୨: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ବିଧାୟକ ଉଦୟନିଧି ଷ୍ଟାଲିନ ବୁଧବାର ଚେନ୍ନାଇର ରାଜ ଭବନରେ ଯୁବ କଲ୍ୟାଣ ଏବଂ କ୍ରୀଡ଼ା ବିକାଶ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ତାଙ୍କ କ୍ୟାବିନେଟ ସହକର୍ମୀମାନେ ଉପସ୍ଥିତ ଥିଲେ। ମନ୍ତ୍ରିମଣ୍ଡଳରେ ଉଦୟନିଧିଙ୍କୁ ସାମିଲ କରାଯିବା ନେଇ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଗୋଟିଏ ପଟେ ଉଦୟନିଧି ଷ୍ଟାଲିନଙ୍କୁ କ୍ୟାବିନେଟରେ ସାମିଲ କରାଯିବା ପରେ ଦଳର କର୍ମୀମାନେ ଉତ୍ସାହିତ ଅଛନ୍ତି ଏବଂ ସେମାନେ ଏହାକୁ ସୂର୍ଯ୍ୟୋଦୟ ଭଳି ଦେଖୁଛନ୍ତି। ଏଥି ସହିତ ବିରୋଧୀ ଏହାକୁ ପୁତ୍ରୋଦୟ ବୋଲି କହୁଛନ୍ତି। ଏହା ସହିତ ମୁଖ୍ୟମନ୍ତ୍ରୀ ବଂଶବାଦ ରାଜନୀତି କରୁଥିବା ଅଭିଯୋଗ ହୋଇଛି।
ଉଦୟନିଧି ଷ୍ଟାଲିନଙ୍କୁ କ୍ୟାବିନେଟରେ ସାମିଲ କରାଯିବା ପରଠାରୁ ବିରୋଧୀ ଶାସକ ଡିଏମକେକୁ ଟାର୍ଗେଟ୍ କରୁଛନ୍ତି। ବିରୋଧୀ ଦଳ ଏଆଇଡିଏମ୍କେ ଏବଂ ଭାଜପା ଏହାକୁ ‘ନୂତନ ଯୁଗର ବଂଶବାଦ ରାଜନୀତି’ ବୋଲି କହିଛନ୍ତି।