ଆମେରିକାରେ ଅର୍ନ୍ତଜାତୀୟ ସାଗର ଶକ୍ତି ସମ୍ମିଳନୀରେ ଯୋଗ ଦେଲେ ଭାରତୀୟ ନୌସେନା ମୁଖ୍ୟ ହରି କୁମାର

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୪।୯: ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର ଚାରି ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ଏହି ସମୟରେ ହରି କୁମାର ୨୫ତମ ଅର୍ନ୍ତଜାତୀୟ ସାଗର ଶକ୍ତି ସମ୍ମିଳନୀ (ଆଇଏସଏସ)ରେ ଯୋଗ ଦେଇଛନ୍ତି। ଭାରତୀୟ ନୌସେନା କାର୍ଯ୍ୟକୟମର ଫଟୋଗୁଡ଼ିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଶେୟାର କରିଛି।

ଆମେରିକାର ରୋଡ ଆଇଲ୍ୟାଣ୍ଡର ନାଭାଲ ୱାର୍‌ କଲେଜ ନିଉପୋର୍ଟରେ ଆଇଏସଏସ ଅନୁଷ୍ଠିତ ହୋଇଥିଲା। ୧୯ରୁ ୨୨ସେପ୍ଟେମ୍ବର ମଧ୍ୟରେ ଆମେରିକାର ନୌସେନା ଏହାର ଆୟୋଜନ କରିଥିଲା। ଭାରତ-ଆମେରିକାର ନୌସେନା ମଧ୍ୟରେ ଭାରତ-ପ୍ରଶାନ୍ତ ମହାସାଗରରେ ସାମୁଦ୍ରିକ ସହଯୋଗ ବୃଦ୍ଧି ଦିଗରେ ଏକ ବିସ୍ତୃତ ଆଲୋଚନା ହୋଇଥିଲା।
ଆମେରିକା, ଅଷ୍ଟ୍ରେଲିଆ, ଇଜିପ୍ଟ, ଫିଜି, ଇସ୍ରାଏଲ, ଇଟାଲୀ, ଜାପାନ, କେନିଆ, ପେରୁ, ସାଉଦି ଆରବ, ସିଙ୍ଗାପୁର ଏବଂ ବ୍ରିଟେନ ସମେତ ବିଭିନ୍ନ ଦେଶରୁ ଆସିଥିବା ପ୍ରତିପକ୍ଷଙ୍କ ସହ ହରି କୁମାର ଦ୍ୱିପାକ୍ଷିକ ଆଲୋଚନା କରିଥିଲେ।

Share