ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ଏବେ ଏହି ବିଭାଗରେ…

ଭୁବନେଶ୍ୱର,୧୫।୭: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ସୋମବାର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଆହୁଜାଙ୍କ ଓଡ଼ିଶା ଷ୍ଟେଟ୍‌ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡ ଚେୟାରମ୍ୟାନର ଦାୟିତ୍ୱ ମିଳିଛି।

୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ ଅଫିସରମନୋଜ ଆହୁଜା ଜୁନ୍‌ ୩୦ରେ ଓଡ଼ିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ଯୋଗ ଦେଇଛନ୍ତି। ପୂର୍ବତନ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ସରକାରୀ କାର୍ଯ୍ୟରୁ ଅବସର ନେବା ପରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।

ମନୋଜ ଆହୁଜା ଓଡ଼ିଶାରେ ଉପଜିଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ଼ିଶା ସରକାରଙ୍କ ସମବାୟ, ଖଣି ଓ ଇସ୍ପାତ, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ଭାବେ ସେ ଦାୟିତ୍ୱ ନିର୍ବାହ କରିଛନ୍ତି। ବାଣିଜ୍ୟ କର କମିଶନର ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ହରିୟାଣାରେ ଜନ୍ମିତ ମନୋଜଙ୍କ ସ୍ବଚ୍ଛତା ଓ ସାଧୁତା ପାଇଁ ବେଶ ସୁପରିଚିତ।

Share