ଦାୟିତ୍ୱ ନେଲେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର

ଭୁବନେଶ୍ୱର,୧ା୧(ବ୍ୟୁରୋ): ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ ଅଫିସର ସୁରେଶ କୁମାର ମହାପାତ୍ର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗୁରୁବାର ଅବସର ନେଇଥିଲେ। ଜାନୁୟାରୀ ୧ରେ ଅର୍ଥାତ ଶୁକ୍ରବାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି।
ମହାପାତ୍ର କହିଛନ୍ତି, ନୂଆ ବର୍ଷରେ ଓଡ଼ିଶାବାସୀଙ୍କ ଜୀବନ ସୁଖପ୍ରଦ ଓ ମଙ୍ଗଳମୟ ହେଉ। ଏଥିପାଇଁ ମୁଁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ଦୃଷ୍ଟି ଦିଆଯିବ। ଯେଉଁ ପ୍ରୋଜେକ୍ଟ ଓ ସ୍କିମ୍‌ଗୁଡିକ ଆରମ୍ଭ କରାଯାଇଛି, ସେଗୁଡ଼ିକ କେମିତି ଅଧିକ ତ୍ୱରାନ୍ବିିତ କରାଯାଇପାରିବ, ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ସେ କହିଛନ୍ତି।

Share