ସମ୍ଭାବ୍ୟ ଗ୍ରୀଷ୍ମକାଳୀନ ବାତ୍ୟା ମୁକାବିଲା ନେଇ ବୈଠକ: ସମସ୍ତ ଜିଲାପାଳ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୬ା୪(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବୁଧବାର ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବମାନଙ୍କ ସହିତ ଗ୍ରୀଷ୍ମକାଳୀନ ବାତ୍ୟାର ମୁକାବିଲା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି।

ପାରାଦୀପ, ଗୋପାଳପୁର ଡୋପଲର ରାଡାର କାର୍ଯ୍ୟ କରୁଛି। ଯାହା ବାତ୍ୟା ଟ୍ରାକିଂ ଏବଂ ପାଣିପାଗ ପୂର୍ବାନୁମାନ କରିବାରେ ସାହାଯ୍ୟ କରିବ। ମେ’ ୧ରୁ ବିଭାଗ ଓ ଜିଲାଗୁଡ଼ିକରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଚାଲୁ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କଣ୍ଟ୍ରୋଲ ରୁମ୍‌ ଦାୟିତ୍ୱରେ ଜଣେ ପ୍ରଥମ ଶ୍ରେଣୀ ଅଧିକାରୀ ରହିବେ। ଜୁନ୍‌ ୧୮ ଓ ୧୯ ତାରିଖରେ ପ୍ରତ୍ୟେକ ବର୍ଷ ଭଳି ସମସ୍ତ ଜିଲା ସଦର ମହକୁମା ବନ୍ୟା, ବାତ୍ୟା ଆଶ୍ରୟସ୍ଥଳୀ, ବ୍ଲକସ୍ତରରେ ମକ୍‌ଡ୍ରିଲ୍‌ ହେବ।

ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗ ସ୍ବଚ୍ଛତା ଏବଂ ପରିମଳ ଉପରେ ଆବଶୟକୀୟ ପଦକ୍ଷେପ ନେବା ପାଇଁ ଜରୁରିକାଳୀନ ଯୋଜନା ପ୍ରସ୍ତୁତି କରିବେ। ରାଜ୍ୟ ଓ ଜିଲାସ୍ତରରେ ପର୍ଯ୍ୟାପ୍ତ ପରିମାଣର ବ୍ଲିଚିଂ ପାଉଡର, ହାଲୋଜିନ ଟାବଲେଟ୍‌, ଚୂନ ପାଉଡର ଇତ୍ୟାଦି ମହଜୁଦ ରଖିବେ।

ଏହି ବୈଠକରେ ପୋଲିସ ମହାନିର୍ଦ୍ଦେଶକ, ଅଗ୍ନିଶମ ସେବା ପୋଲିସ ମହାନିର୍ଦ୍ଦେଶକ, ସ୍ବତନ୍ତ୍ର ରିଲିଫ କମିଶନର, ଓଏସ୍‌ଡିଏମ୍‌ଏରର ପରିଚାଳନା ନିର୍ଦ୍ଦେଶକ ଏନ୍‌ଡିଆର୍‌ଫର ସିନିୟର କମାଣ୍ଡାଣ୍ଟ, ଭାରତୀୟ ପାଣିପାଗ ବିଭାଗ ଭୁବନେଶ୍ୱରର ସହନିର୍ଦ୍ଦେଶକ ଏବଂ ବିଭିନ୍ନ ବିଭାଗର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା-ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ୍‌, ଘଟଣାସ୍ଥଳରେ ଉତ୍ତେଜନା

କେନ୍ଦୁଝର,୮ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଜାମକୁ ନେଇ ବୁଧବାର ସନ୍ଧ୍ୟାରେ ଭାଜପା ଓ ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଉଭୟ ଦଳର...

ଧନୁଯାତ୍ରାରେ ରଙ୍ଗସଭା: କଂସଙ୍କ ପ୍ରଶ୍ନବାଣରେ ଅଧିକାରୀ ଘାଇଲା

ମଥୁରାନଗରୀ,୮ା୧(ପ୍ରେମାନନ୍ଦ ଖମାରୀ): ବୃ଼ହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବୁଧବାର ରାଜ ଦରବାରରେ ଅନୁଷ୍ଠିତ କଂସଙ୍କ ଜନତା ଦରବାର (ରଙ୍ଗସଭା) ବେଶ ଚିତ୍ତାକର୍ଷକ ଥିଲା।...

ଭୁବନେଶ୍ୱରରେ ପହଞ୍ଚିଲେ ମୋଦି, ଆସନ୍ତାକାଲି ପ୍ରବାସୀ ଭାରତୀୟ ସମ୍ମିଳନୀ କରିବେ ଉଦ୍‌ଘାଟନ

ଭୁବନେଶ୍ୱର,୮ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ସନ୍ଧ୍ୟାରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ବିଶାଖାପାଟଣାରେ ଏନ୍‌ଟିପିସିର ଅତ୍ୟାଧୁନିକ ଗ୍ରୀନ ହାଇଡ୍ରୋଜେନ ହବ୍‌ ପ୍ରକଳ୍ପର ଶିଳାନ୍ୟାସ କରିବା ପରେ...

ସରକାର ନେଲେ ବଡ଼ ନିଷ୍ପତ୍ତି: ଓଡ଼ିଶାର ଏହି ସମସ୍ତ ସ୍ଥାନରୁ କୁମ୍ଭ ମେଳାକୁ ଯିବ ବସ୍

ଭୁବନେଶ୍ୱର,୮ା୧: କୁମ୍ଭମେଳା ୨୦୨୫ ପାଇଁ ଅଯୋଧ୍ୟାକୁ ସ୍ୱତନ୍ତ୍ର ଓଡ଼ିଶା ରାଜ୍ୟ ସଡକ ପରିବହନ ନିଗମ (ଓଏସଆରଟିସି) ବସ୍ ଚଲାଇବାକୁ ଓଡିଶା ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ...

ମାଓବାଦୀ କ୍ୟାମ୍ପ୍‌ ସହ ଆଇଇଡି ଠାବ

ବାଲିଗୁଡ଼ା,୮ା୧: କୁମ୍ବିଂବେଳେ ମାଓବାଦୀ କ୍ୟାମ୍ପ ସହ ଆଇଇଡି ଠାବ କରାଯାଇଛି ବୋଲି କନ୍ଧମାଳ ଏସ୍‌ପି ହରିଶ ବି.ସି ସୂଚନା ଦେଇଛନ୍ତି। ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଗୋପପୁରରେ ସରିଲା ବସ୍ତ୍ରହରଣ ଦୃଶ୍ୟାଭିନୟ

ଗୋପପୁର,୮।୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବୁଧବାର ଷଷ୍ଠ ଦିବସରେ ଗୋପପୁର ଦୃଶ୍ୟାଭିନୟ ବେଶ ହୃଦୟସ୍ପର୍ଶୀ ହୋଇଥିଲା। ଏହି ଦୃଶ୍ୟାଭିନୟ ଦେଖିବା...

ଧରାପଡ଼ିଲେ ରସୁଲଗଡ଼ ବିଚ୍‌ ରାସ୍ତାରେ ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତ, ମହିଳାଙ୍କ ସହ ୩ ଗିରଫ

ଭୁବନେଶ୍ୱର,୮ା୧: ରାଜଧାନୀର ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଅତି ବୀଭତ୍ସ ଭାବେ ବୁଧବାର ହତ୍ୟା କରାଯାଇଛି। ଉକ୍ତ ଘଟଣାରେ କମିଶନରେଟ୍‌ ପୋଲିସର ସ୍ପେଶାଲ ସ୍କ୍କାଡ୍‌ ନୟାଗଡ଼...

ପିକ୍‌ନିକ୍‌ ପାଇଁ ବାଦୁବାଡ଼ିରେ ଜମୁଛି ଭିଡ଼, ଭୋଜିଭାତ କରି ମଜା ଉଠାଉଛନ୍ତି ଲୋକେ

ରାଇକିଆ,୮ା୧(ପ୍ରଦୀପ ବେହେରା): ଏବେ ଚାଲିଛି ପିକ୍‌ନିକ୍‌ ଋତୁ। ସବୁଠି ବଣଭୋଜିର ଆସର। କନ୍ଧମାଳ ଜିଲା ନୂଆଗାଁ ବ୍ଲକର ଗୁଞ୍ଜିବାଡ଼ି ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବାଦୁବାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri