ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ବଡ଼ ଦାୟିତ୍ୱ ଦେଲେ ସରକାର, ସମ୍ଭାଳିବେ ଶ୍ରୀ ମନ୍ଦିର…

ଭୂବନେଶ୍ୱର,୧୩।୮: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟ ସଚିବ ସହିତ ଅତିରିକ୍ତ ଭାବେ ସେ ଏହି ଦାୟିତ୍ୱ ତୁଲାଇବେ।

ଶ୍ରୀମନ୍ଦିର ଅଧିନିୟମ ୧୯୫୫ ଆଇନର ପ୍ରାବଧାନ ଅନୁଯାୟୀ, ମନ୍ଦିରର ପ୍ରଶାସନ, ସଞ୍ଚାଳନ ଓ ପରିଚାଳନା ଭାର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଉପରେ ନ୍ୟସ୍ତ ରହିଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ପରିଚଳନା କମିଟିର ସଦସ୍ୟମାନେ ରହିଛନ୍ତି।

ଆଇନ ଅନୁଯାୟୀ ପରିଚାଳନା କମିଟିରେ ଗଜପତି ମହାରାଜା, ପୁରୀ (ଅଧ୍ୟକ୍ଷ), ଜିଲାପାଳ, ପୁରୀ (ଉପାଧ୍ୟକ୍ଷ), ମନ୍ଦିର ପରିଚାଳନା, ସଦସ୍ୟ, କୋଷାଦାୟ(ଏଣ୍ଡୋମେଣ୍ଟ) ଆୟୁକ୍ତ ଅନ୍ୟ ସେବାୟତ ଏବଂ ମୁକ୍ତିମଣ୍ଡପର ସଦସ୍ୟ ମଧ୍ୟ ରହିଛନ୍ତି।

ଅନ୍ୟପଟେ ଚଳିତ ବର୍ଷ ରଥଯାତ୍ରାରେ ଆଡ଼ପ ପହଣ୍ଡି ବେଳେ ବଡ଼ଠାକୁର ରଥ ଉପରେ ପଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଥିବା ମଙ୍ଗଳବାର ସରକାର ସୂଚନା ଦେଇଛନ୍ତି। ଏ ନେଇ ୩ ଜଣିଆ କମିଟି ବଳଭଦ୍ରଙ୍କ ବାଡ଼ଗ୍ରାହୀଙ୍କୁ ଡାକି ପଚରାଉଚରା କରୁଛି। ଦଇତାପତି, ପ୍ରତିହାରୀ, ଖୁଣ୍ଟିଆ ସେବକ ଓ ଜେଟିପିଙ୍କୁ ପଚରାଉଚରା କରାଯାଉଥିବା ସୂଚନା ମିଳିଛି।

ସେମାନଙ୍କୁ ଭିଡିଓ ଦେଖାଇ ୩ ଜଣିଆ କମିଟି ପଚରାଉଚରା କରୁଛି। ଜୁଲାଇ ୯ରେ ଆଡପ ପହଣ୍ଡି ବେଳେ ଏହି ବଡ଼ ଅଘଟ ଘଟିଥିବା ବେଳେ ୧୦ ଦିନ ଭିତରେ କମିଟି ତଦନ୍ତ କରି ରିପୋର୍ଟ ଦେବା କଥା ତେବେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ।

Share