ଚିକିଟି, ପାତ୍ରପୁର ବ୍ଲକକୁ ମରୁଡ଼ି ଘୋଷଣା କରାଯାଉ

ଛତ୍ରପୁର,୧୦।୧୧(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ଏବଂ ପାତ୍ରପୁର ବ୍ଲକରେ ବର୍ଷା ଅଭାବରୁ ଧାନ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏପରିକି ଚାଷୀ ଜମିରେ ଗୋରୁଙ୍କୁ ଛାଡିସାରିଲେଣି। ସ୍ଥିତିକୁ ଗୁରୁତର ସହିତ ବିଚାର କରି କୃଷି ଏବଂ ରାଜସ୍ବ ବିଭାଗ ଅଧିକାରୀ ତଦନ୍ତ କରି କ୍ଷୟକ୍ଷତିର ଆକଳନ କରି ସରକାରଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରନ୍ତୁ। ଏପରି କି ପ୍ରକୃତ ଚାଷି ନିକଟରେ କିପରି ସହାୟତା ପହଞ୍ଚିବ ସେଥିପ୍ରତି ଦୃଷ୍ଟି ଦେବାକୁ ଚିକିଟି ଭାଜପା ନେତୃବୃନ୍ଦ ଦାବି କରିଛନ୍ତି।

ଆନ୍ଦୋଳନରେ ଶୁକ୍ରବାର ଭାଜପା କର୍ମକର୍ତ୍ତାଙ୍କ ସହ ଚିକିଟି ଏବଂ ପାତ୍ରପୁର ବ୍ଳକର ଶତାଧିକ ଚାଷୀ ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏପରିକି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦାନ କରିଥିଲେ।

Share