ଚିକିଟି ମଦମୃତ୍ୟୁ ମାମଲା: ପୁଣି ଜଣଙ୍କର ମୃତ୍ୟୁ

ବ୍ରହ୍ମପୁର/ଚିକିଟି,୨ା୯(ସୁବାସ ଚନ୍ଦ୍ର ପାଢ଼ୀ/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିରେ ବିଷାକ୍ତ ମଦ ପିଇ ଏମ୍‌କେସିଜି ମେଡିକାଲରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ସୋମବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ସେ ହେଲେ ଜେନାପୁର ଗ୍ରାମର ପ୍ରଦୀପ ବେହେରା(୩୦)। ବିଷାକ୍ତ ମଦ ପିଇବା ଘଟଣାରେ ପ୍ରଦୀପଙ୍କୁ ମିଶାଇ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ତେବେ ବିଷାକ୍ତ ମଦ ପିଇଥିବା ଆଉ କୌଣସି ବ୍ୟକ୍ତି ଏମ୍‌କେସିଜିରେ ଚିକିତ୍ସାଧୀନ ନ ଥିବା ମେଡିକାଲ ଅଧୀକ୍ଷକ ପ୍ରଫେସର ସୁଚିତ୍ରା ଦାଶ କହିଛନ୍ତି।
ଚିକିଟି ଏନ୍‌ଏସି ଜେନାପୁର ଓ କରବାଲୁଆ ଗ୍ରାମର କେତେଜଣ ଲୋକ ଗତ ୧୯ ତାରିଖରେ ମାଉନ୍ଦପୁର ଗାଁକୁ ଯାଇ ଦେଶୀମଦ ପିଇଥିଲେ। ସେହି ରାତିରେ ପ୍ରାୟ ୨୩ ଜଣ ଅସୁସ୍ଥ ହୋଇ ଚିକିଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଗୁରୁତର ଅବସ୍ଥାରେ ଥିବା ୧୫ ଜଣଙ୍କୁ ଏମ୍‌କେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଗତ ୨୧ତାରିଖ ବିଳମ୍ବିତ ରାତିରେ ଜେନାପୁରର ଜୁର ବେହେରା ଓ ଲୋକନାଥ ବେହେରାଙ୍କ ମୃତ୍ୟୁ ଘଟିଥିଲା। ପରେ ୩୧ ତାରିଖରେ ଲକ୍ଷ୍ମଣ ବେହେରା ଓ ଗତ ରବିବାର କରବାଲୁଆ ଗ୍ରାମର ବାୟା ସେଠୀଙ୍କ ମୃତ୍ୟୁ ଘଟିଥିଲା। ସୋମବାର ପ୍ରଦୀପଙ୍କ ମୃତ୍ୟୁ ଖବରପାଇ ପରିବାରଲୋକେ ଭାଙ୍ଗିପଡ଼ିଛନ୍ତି। ଏମ୍‌କେସିଜିକୁ ଆସିଥିବା ୧୫ ଅସୁସ୍ଥଙ୍କ ମଧ୍ୟରୁ ୧୦ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ମେଡିକାଲ ଅଧୀକ୍ଷକ ପ୍ରଫେସର ଦାଶ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟଳିନି ବିପଦ: ଗାଁରେ ପଶିଲା ବନ୍ୟାଜଳ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ) ବାତ୍ୟା ଦାନା ପରେ ବାଲେଶ୍ୱରରେ ଲାଗିରହିଛି ଲଗାଣ ବର୍ଷା l ଉପରମୁଣ୍ଡରୁ ପ୍ରବଳ ବର୍ଷା ଫଳରେ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ବୃଦ୍ଧି ହୋଇ...

ଗଡ଼ିବାକୁ ଥିଲା ଅଳ୍ପ ସମୟ: ହଠାତ୍‌ ବସ୍‌ରୁ ନିଆଁ

ବାଲେଶ୍ୱର,୨୬।୧୦(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ସହଦେଖୁଣ୍ଟା ବସ୍‌ ଷ୍ଟାଣ୍ଡଠାରେ ଶନିବାର ଭୋର ସମୟରେ ବନଦୁର୍ଗା ନାମକ ଏକ ବସ୍‌ରେ ଅଚାନକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା...

ପୌରପାଳିକା ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭଦ୍ରକ, ୨୬।୧୦(ସନାତନ ରାଉତ): ଭଦ୍ରକ ପୌରପାଳିକା ପକ୍ଷରୁ ଦମକଳ ସାହାଯ୍ୟରେ ସହରର ବନ୍ତ ଛକ ମାର୍କେଟ କମ୍ପ୍ଲେକ୍ସରୁ ବର୍ଷା ଜଳ ନିଷ୍କାସନ ସହ ଜେସିବି ସାହାଯ୍ୟରେ...

ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ ଭାଜପା ରାଜ୍ୟ ସଭାପତି

ଚାନ୍ଦବାଲି, ୨୬।୧୦(କିଶାନ ପାତ୍ର)- ବାତ୍ୟା ଦାନା ପ୍ରଭାବରେ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଧାମରା ଅଞ୍ଚଳ ଅଧିକ କ୍ଷତିଗ୍ରସ୍ତ ହୋଇଛି l ଘର ଭାଙ୍ଗିବା ସହ...

ବାତ୍ୟା ପରେ ବନ୍ୟା ପରିସ୍ଥିତି: ଲୋକଙ୍କ ଘରେ ପଶିଲା ପାଣି

ଭଦ୍ରକ, ୨୬।୧୦(ସନାତନ ରାଉତ): ବାତ୍ୟା ଦାନା ପ୍ରଭାବରେ ଗୁରୁବାର ଓ ଶୁକ୍ରବାର ଲଗାଣ ବର୍ଷା ଯୋଗୁ ଭଦ୍ରକ ଜିଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହର...

ପତିତପାବନ ବାନାରେ ପଡିଲା ଶୂନ୍ୟଗଣ୍ଠି: ଜାଣନ୍ତୁ ଏହା କ’ଣ, କାହିଁକି ପଡେ

ପୁରୀ,୨୬ା୧୦(ଅଜିତ୍‌ କୁମାର ମହାନ୍ତି):ବାତ୍ୟା ‘ଦାନା’ ପ୍ରଭାବରେ ପୁରୀରେ ବୁଧବାର ରାତିରୁ ବର୍ଷା ଆରମ୍ଭ ହୋଇଥିଲା। ଗୁରୁବାର ଦିନତମାମ ବର୍ଷା ଲାଗିରହିଥିବାବେଳେ ସନ୍ଧ୍ୟାରେ ପବନର ବେଗ ବଢିଥିଲା।...

ଆଜିଠୁ ନନ୍ଦନକାନନ ଖୋଲିବ

ତ୍ରିଶୂଳିଆ,୨୬।୧୦(ତୁଷାରକାନ୍ତ ବେହେରା):ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ ଏବଂ ବଟାନିକାଲ ଗାର୍ଡେନକୁ ୨୪ ଓ ୨୫ ତାରିଖ ୨ ଦିନ ବନ୍ଦ ରଖାଯାଇଥିଲା। ଶନିବାରଠାରୁ ପୁଣି...

ଧନୁଯାତ୍ରା ପୂର୍ବରୁ ତେଜୁଛି ଦାବି:ବିବାଦୀୟଙ୍କୁ ମହୋତ୍ସବରୁ ବାଦ୍‌ ଦିଆଯାଉ

ବରଗଡ଼,୨୬।୧୦(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ୨ମାସ ୧ସପ୍ତାହ ବାକି ରହିଲା। ଏପର୍ଯ୍ୟନ୍ତ ମହୋତ୍ସବକୁ ନେଇ ଧନୁଯାତ୍ରା କମିିଟିର ସାଧାରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri