ଆଫଗାନିସ୍ତାନ ବିସ୍ଫୋରଣ: ଜଣେ ଶିଶୁଙ୍କ ସମେତ ୨ ମୃତ

ହେରାତ,୧୮।୫: ଆଫଗାନିସ୍ତାନର ହେରାତ ଅଞ୍ଚଳରେ ଥିବା ଏକ ରାସ୍ତା କଡ଼ରେ ଶନିବାର ବୋମା ବିସ୍ଫୋରଣ ହେବା ଫଳରେ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଟୋଲୋ ନ୍ୟୁଜର ସୂଚନା ମୁତାବକ ଏହି ବିସ୍ଫୋରଣ ସବା ଜିଲାରେ ହୋଇଛି। ଏଥିରେ ଅନ୍ୟ ୧୪ ଆହତ ମଧ୍ୟ ହୋଇଛନ୍ତି। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣାପଡି ନ ଥିବା ବେଳେ କୌଣସି ସଙ୍ଗଠନ ଏଥିପାଇଁ ନିଜକୁ ଦାୟୀ କରି ନାହାଁନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି।

Share