Categories: ଜାତୀୟ

ଶିଶୁ ଉଭୟ ମାତାପିତାଙ୍କ ସ୍ନେହ ପାଇବାକୁ ହକ୍‌ଦାର, କହିଲେ ହାଇକୋର୍ଟ…

ଅହମଦାବାଦ, ୧।୬ : ଏକ ଛାଡ଼ପତ୍ର ମାମଲାରେ ଶିଶୁଙ୍କର କଷ୍ଟଡି ନେଇ ଗୁଜରାଟ ହାଇକୋର୍ଟ କହିଛନ୍ତି ଯେ, ଶିଶୁ ଉଭୟ ମାତାପିତାଙ୍କ ସ୍ନେହ ପାଇବାକୁ ହକ୍‌ଦାର। ଏଭଳି ପ୍ରସଙ୍ଗରେ ଶିଶୁର ଅଧିକାର ସର୍ବୋପରି। ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ। ତେଣୁ ମାତାପିତା ନିଜ ନିଜ ମଧ୍ୟରେ ଆଲୋଚନା କରି ସହମତି ଭିତ୍ତିରେ ଶିଶୁର ଭଲ ପାଇଁ ପଦକ୍ଷେପ ଗ୍ରହଣ କରିବା ଜରୁରୀ।

ବିଚାରପତି ସୋନିଆ ଗୋଏଙ୍କା ଏବଂ ମୌନା ଭଟ୍ଟଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ବିଚାର କରି ଏଭଳି ମନ୍ତବ୍ୟ ପ୍ରଦାନ କରିଛନ୍ତି।

ଛାଡ଼ପତ୍ର ମାତାପିତାଙ୍କ ମାମଲା। ମାତ୍ର ଏହାକୁ ନେଇ ଶିଶୁର ଅଧିକାରକୁ ଉପେକ୍ଷା କରାଯାଇ ପାରିବ ନାହିଁ। ଜଣେ ୨୦ ମାସ ଶିଶୁ କନ୍ୟାଙ୍କ କଷ୍ଟଡି ମାମଲାର ବିଚାର କରି ଖଣ୍ଡପୀଠ ମାତାପିତାଙ୍କୁ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଲାଗି ପରାମର୍ଶ ଦେଇଛନ୍ତି।

ମାତାଙ୍କ ପାଖରେ ରହୁଥିବା ଶିଶୁକନ୍ୟାଙ୍କୁ ଦେଖିବାକୁ ପିତାଙ୍କୁ ସପ୍ତାହରେ ୨ ଦିନ ଅନୁମତି ଖଣ୍ଡପୀଠଙ୍କ ପକ୍ଷରୁ ପ୍ରଦାନ କରାଯାଇଛି। ସେହିପରି ପ୍ରଥମ ଏବଂ ଏବଂ ତୃତୀୟ ଶନିବାର ତଥା ସ୍ବତନ୍ତ୍ର ଭାବେ ଜନ୍ମ ଦିନରେ ମଧ୍ୟ ପିତା ଶିଶୁ କନ୍ୟାଙ୍କୁ ସାକ୍ଷାତ୍‌ କରିପାରିବେ ବୋଲି ଖଣ୍ଡପୀଠ ଅନୁମତି ଦେଇଛନ୍ତି। ସାକ୍ଷାତ୍‌ ସମୟ ପୂର୍ବାହ୍ନ ୧୧ଟା ଠାରୁ ଅପରାହ୍ନ ୨ଟା ଧାର୍ଯ୍ୟ କରାଯାଇଛି।

Share