ଶିଶୁ ବିକାଶ ଯୋଜନା ବାଟବଣା: ଅଙ୍ଗନୱାଡ଼ି କର୍ମୀଙ୍କ ବାରଣ୍ଡାରେ ପାଠପଢ଼ା

କୋକସରା,୧୮ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):କଳାହାଣ୍ଡି ଜିଲା କୋକସରା ବ୍ଲକରେ ଶିଶୁ ବିକାଶ ଯୋଜନା ବାଟବଣା ହୋଇଛି। ଲଡୁଗାଁ ପଞ୍ଚାୟତ ପୀତବାସପୁରଠାରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରରେ ଗୃହ ନ ଥିବାରୁ ଅଙ୍ଗନୱାଡ଼ି କର୍ମୀଙ୍କ ଘରେ ପାଠପଢା ଚାଲିଆସୁଛି। ୪ବର୍ଷ ହେବ କେନ୍ଦ୍ରଟି ଭଙ୍ଗାଦଦରା ହୋଇ ପଡ଼ିରହିଛି। କାନ୍ଥରେ ଫାଟ ଦେଖାଯିବା ପରେ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇ ସହାୟିକାଙ୍କ ଘରେ ପ୍ରାକ୍‌ ବିଦ୍ୟାଳୟର ୨୦ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରାଯାଉଥିବା ବେଳେ ଘର ବାହାରେ ପିଲାମାନଙ୍କୁ ନେଇ ଶିକ୍ଷାଦାନ କରାଯାଉଛି। କେନ୍ଦ୍ରକୁ ମରାମତି କରାଯିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମଳିନାହିଁ। ସେହିପରି ଲଡୁଗାଁ ପଞ୍ଚାୟତ ଆଇଁଲୀ ଦିସାରୀପଡ଼ାରେ ଶିଶୁମାନଙ୍କୁ ଶିକ୍ଷାଦାନ ଓ ଗର୍ଭବତୀଙ୍କୁ ଯତ୍ନ ନେବା ପାଇଁ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ଖୋଲାଯାଇଛି। ହେଲେ ଦୁଇବର୍ଷ ବିତିଯାଇଥିଲେ ହେଁ କେନ୍ଦ୍ର ପାଇଁ ଗୃହ ନିର୍ମାଣ କରାଯାଇ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ ଅଙ୍ଗନୱାଡ଼ି କର୍ମୀଙ୍କ ଘରେ ପାଠପଢା ସହ ଖାଦ୍ୟ ରାନ୍ଧି ଦିଆଯାଉଛି। ସୂଚନା ଅନୁସାରେ କୋକସରା ବ୍ଲକରେ ୧୬୮ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ସେମଧ୍ୟରୁ ୪୪ଟି କେନ୍ଦ୍ରକୁ ସକ୍ଷମ ମାନ୍ୟତା ଦିଆଯାଇ ସମର୍ଥ କରାଯାଇଥିବା ବେଳେ ୪୧ ଅଙ୍ଗନୱାଡ଼ି କେନ୍ଦ୍ରର କେଉଁଠି ଅଙ୍ଗନୱାଡ଼ି କର୍ମୀଙ୍କ ବାରଣ୍ଡାରେ ତ ଆଉ କେଉଁଠି ଖୋଲା ଆକାଶ ତଳେ ପାଠପଢା ଚାଲିଛି। ଏ ନେଇ କୋକସରା ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସରୋଜା ଦେଈଙ୍କ ପ୍ରତିକ୍ରିୟା ନେବାରୁ ବ୍ଲକରେ ଅନେକ ଅଙ୍ଗନୱାଡ଼ି କେନ୍ଦ୍ରର କୋଠା ନାହିଁ, ଏ ନେଇ ଜିଲାକୁ ଅବଗତ କରାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଚୋରି ଅଭିଯୋଗରେ ୪ ଗିରଫ କରି କୋର୍ଟ ଚାଲାଣ କଲା ବିଜେପୁର ପୋଲିସ

ଲାଞ୍ଜିଗଡ,୧୧ା୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ସିନ୍ଧିଭଟା ଗ୍ରାମରୁ ଛେଳି ଚୋରି ଅଭିଯୋଗରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରି...

ଲାଞ୍ଜିଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଲାଞ୍ଜିଗଡ,୧୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବେନଗାଁ, ଲାଞ୍ଜିଗଡ ରୋଡ୍‌, ମଧୁପୁର ପିଏଚ୍‌ସିଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା...

ଲୁକ୍କାୟିତ ପ୍ରତିଭାର ବିକାଶକୁ ଗୁରୁତ୍ୱ

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):  ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ପିଲାଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ କରିବ। ଏହା ମାଧ୍ୟମରେ ପିଲାଙ୍କୁ ସହ ଶୈକ୍ଷିକ କାର୍ଯ୍ୟକ୍ରମରେ ନିୟୋଜିତ...

କୋଲକାତାର ମହାବିଜୟ, ୮ ଉଇକେଟରେ ହାରିଗଲା ଚେନ୍ନାଇ

ଚେନ୍ନାଇ, ୧୧।୪-ଅଧିନାୟକ ପରିବର୍ତ୍ତନ ହେଲେ ହେଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳର ଭାଗ୍ୟ ପରିବର୍ତ୍ତନ ହୋଇନାହିଁ। ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦଳ...

ଶୁଦ୍ଧକ୍ରିୟାକୁ ବିତିଥିଲା ୩୭ ବର୍ଷ:  ମା’ କୋଳକୁ  ଫେରିଲା ହଜିଲା ପୁଅ, କୋଳେଇନେଇ… 

ଦାରିଙ୍ଗବାଡ଼ି,୧୧।୪ (ଅରୁଣ ସାହୁ): ଶୁଦ୍ଧକ୍ରିୟାକୁ ୩୭ ବର୍ଷ ବିତିବା ପରେ ଜନ୍ମ ମାଟିକୁ ଫେରିଲେ ପୁଅ ଆଉ ପରିବାର ଗ୍ରାମବାସୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ। ଏଭଳି...

ବଜ୍ରପାତ, କୁଆପଥର ବର୍ଷାରେ ୬୧ ମୃତ

ପାଟନା,୧୧।୪: ବିହାରର ବିଭିନ୍ନ ଜିଲାରେ ଗତ ୪୮ ଘଣ୍ଟା ମଧ୍ୟରେ ବଜ୍ରପାତ ଏବଂ କୁଆପଥର ବର୍ଷାରେ ଅନୂ୍ୟନ ୬୧ ଜଣଙ୍କ ମୃତ୍ୟୁ ଘଟିଛି। ନାଳନ୍ଦା ଜିଲାରେ...

ଘଣ୍ଟ ବାଡେଇ ନିଖୋଜ ଯୁବକଙ୍କୁ ଖୋଜା ଚାଲିଛି, ଏତଲା ପରେ ତଦନ୍ତ ଆରମ୍ଭ କଲା ଭଞ୍ଜନଗର ପୋଲିସ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗ୍ରାମର ପଠାଣି ନାଇକ ଗତ ବୁଧବାରଠାରୁ ନିଖୋଜ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି।...

The Bird Suicide Valley: ଦୁଷ୍ଟ ଆତ୍ମା ନା ଅନ୍ୟକିଛି, ଏଇ ଗାଁରେ ପକ୍ଷୀମାନେ ଯାଇ କରନ୍ତି ଆତ୍ମହତ୍ୟା

ଆସାମର ଜାଟିଙ୍ଗା ନାମକ ଏକ ଛୋଟ ଗାଁରେ ପ୍ରତିବର୍ଷ ସେପ୍ଟେମ୍ବରରୁ ନଭେମ୍ବର ମାସ ମଧ୍ୟରେ ଏକ ଅଜଣା ଘଟଣା ଘଟିଥାଏ। ଏହି ସମୟରେ ବିଭିନ୍ନ ପ୍ରଜାତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image