ମାତୃଭାଷାରେ ଶିକ୍ଷାରୁ ପିଲାଙ୍କ ବିକାଶ: ରାଷ୍ଟ୍ରପତି

ଭୁବନେଶ୍ୱର,୧ା୩(ଅସମାପିକା ସାହୁ):ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ, ମା’ଠାରୁ ବଳି ବଡ଼ ଆଉ କେହି ସଂସାରରେ ନାହିଁ। ମାତୃଭୂମି ମଧ୍ୟ ଆମକୁ ଲାଳନ ପାଳନ କରୁଛି। ଆମ ଦେଶର ମାଟି, ପାଣି ଓ ପବନ ବିନା ଆମର ଜୀବନ କାହିଁ। ସେହିଭଳି ମା’ ଓ ମାଟି ପରି ମାତୃଭାଷା ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ। ମା’ ଶିଶୁର ପ୍ରଥମ ଶିକ୍ଷିକା ଏବଂ ଶିଶୁଟି ମା’ର ଭାଷାରେ ପୃଥିବୀ ଚିହ୍ନେ। ତେଣୁ ମାତୃଭାଷାରେ ଶିକ୍ଷାଲାଭ କଲେ ଛାତ୍ରୀଛାତ୍ରଙ୍କ ସ୍ବାଭାବିକ ବିକାଶ ଘଟିବ। ମାତୃଭାଷାରେ ଶିକ୍ଷା ଆମକୁ ଆମ ସଂସ୍କୃତି ସହ ଯୋଡ଼ିଥାଏ ବୋଲି ରାଷ୍ଟ୍ରପତି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ଯେତେ ପାରୁଛ ସେତେ ଭାଷା ଶିଖ। ହେଲେ ନିଜ ମାତୃଭାଷା ମହତ ରଖ। ସ୍କୁଲ ଶିକ୍ଷା, ବୈଷୟିକ ଶିକ୍ଷା ଏପରିକି ଉଚ୍ଚ ଶିକ୍ଷା ମଧ୍ୟ ମାତୃଭାଷାରେ ଶିକ୍ଷାଦାନ ଦିଆଯିବା ଆବଶ୍ୟକ। ମାତୃଭାଷାରେ ଶିକ୍ଷା ଲାଭ କଲେ ପିଲାମାନେ ନିଜ ସଂସ୍କୃତି ସହିତ ଜଡ଼ିତ ହୋଇ ରହିବେ ବୋଲି ରାଷ୍ଟ୍ରପତି ପ୍ରକାଶ କରିଛନ୍ତି। ଛାତ୍ରୀଛାତ୍ରଙ୍କ ଉପଲକ୍ଷେ କହିଥିଲେ, ଆଜି ଦିନଟି ତୁମମାନଙ୍କ ପାଇଁ ସ୍ମରଣୀୟ ଦିନ ହୋଇ ରହିବ। ତୁମେମାନେ ଆଜି ଡିଗ୍ରୀ ଲାଭ କରିଛ। ତୁମମାନଙ୍କ ପଛରେ ତୁମର ନିଷ୍ଠା ଓ ପରିଶ୍ରମ ନିଶ୍ଚୟ ରହିଛି। ତା’ ସହିତ ତୁମର ମାତାପିତା, ଅଭିଭାବକ ଓ ଅଧ୍ୟାପକଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏଥିପାଇଁ ତୁମମାନଙ୍କୁ ଆଶୀର୍ବାଦ ଦେବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଉଛି।
ଉତ୍କଳ ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ଓଡ଼ିଶା ରାଜ୍ୟପାଳ ରଘୁବର ଦାସ ସମାବର୍ତ୍ତନ ଉତ୍ସବରେ ଅଧ୍ୟକ୍ଷତା କରି କହିଛନ୍ତି, ଦୀକ୍ଷାନ୍ତ ସମାରୋହ ଦିନ ବିଦ୍ୟାର୍ଥୀଙ୍କ ପାଇଁ ମହତ୍ତ୍ୱପୂର୍ଣ୍ଣ ଦିନ ହୋଇଥାଏ। ଆଜି ଉପାଧି ପାଇବା ପରେ ଆପଣମାନେ ସମସ୍ତେ ନିଜ କାର୍ଯ୍ୟକ୍ଷେତ୍ରରେ ନିଯୁକ୍ତ ହୋଇ ନିଜ କାମ ପ୍ରତି ସମ୍ପୂର୍ଣ୍ଣ ନିଷ୍ଠାର ସହିତ କର୍ତ୍ତବ୍ୟ ସମ୍ପାଦନ କରିବେ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ସ୍ବାଧୀନତା ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟର ମଞ୍ଜି ପୋତା ଯାଇଥିଲା। ଷାଠିଏ ଦଶକର ପ୍ରାରମ୍ଭରେ ଭୁବନେଶ୍ୱରରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଜି କେବଳ ଓଡ଼ିଶା ନୁହେଁ, ଭାରତ ବର୍ଷରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଉତ୍କଳ ବିଶ୍ୱବିଦ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉତ୍ସବରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ସ୍ବାଗତ ଭାଷଣ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟର ଆଭିମୁଖ୍ୟ
ଏବଂ ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। କୁଳସଚିବ ଡ. କାହ୍ନୁଚରଣ ଧୀର ଦୀକ୍ଷାନ୍ତ ସମାରୋହ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର, ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଏବଂ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରି ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ସତୀଶ ପାଈଙ୍କୁ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ତଥା ଡି.ଲିଟ୍‌ ଉପାଧି ପ୍ରଦାନ କରାଯାଇଥିଲା। ସେହିପରି ଏହି ସମାବର୍ତ୍ତନ ଉତ୍ସବରେ ୧୬୬ଜଣଙ୍କୁ ପି.ଏଚଡି. ଡିଗ୍ରୀ ଏବଂ ୯୫ଜଣଙ୍କୁ ସ୍ବର୍ଣ୍ଣପଦକ ପ୍ରଦାନ କରାଯାଇଥିଲା। ଏହାସହିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମିଶାଇ ୧୦୬ଜଣଙ୍କୁ ପୁରସ୍କାର ଓ ଅର୍ଥରାଶି ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri