Categories: ଜାତୀୟ

ପିଲା ସ୍କୁଲ ନ ଆସିବାରୁ ଶିକ୍ଷକ ପାଞ୍ଚିଲେ ଅନନ୍ୟ ଉପାୟ, ପରେ ଛୁଟିଲା ସୁଅ

ରାଞ୍ଚି,୫।୩: ଜାମସେଦପୁରରୁ ପ୍ରାୟ ୫୦ କିଲୋମିଟର ଦୂର ଟାଙ୍ଗରାଇନ ସ୍କୁଲକୁ ପିଲାମାନେ ଲକ୍‌ଡାଉନ୍‌ ପରେ ଆସିଲେ ନାହିଁ। ଫଳରେ ଶିକ୍ଷକ ପିଲାମାନଙ୍କୁ ସ୍କୁଲ ଆଣିବା ପାଇଁ ଏକ ଉପାୟ ପାଞ୍ଚିଲେ। ଫଳରେ ପିଲାମାନେ ସ୍କୁଲ ଆସିବାକୁ ମନ ବଳାଇଛନ୍ତି।

ପ୍ରଧାନଶିକ୍ଷକ ସ୍କୁଲ ପରିସରରେ ଥିବା ଚଉତରାରେ ଏକ ବଡ଼ ଲୁଡୋ ପଟା ଆଙ୍କିଦେଲେ। ଯାହାକି ପିଲାମାନଙ୍କୁ ସ୍କୁଲ ଆସିବା ପାଇଁ ଆକର୍ଷଣ ପାଲଟିଛି। ସାପ ଶିଡ଼ି ଖେଳ ପିଲାଙ୍କୁ ଅଧିକ ଆକର୍ଷିତ କରୁଛି।

ଏହି ଲୁଡୋ ଖେଳିବା ଦ୍ୱାରା ପିଲାମାନେ ଜୋର୍‌ରେ ହସୁଛନ୍ତି, କବିତା ଶୁଣାଉଛନ୍ତି, ଗାଁ ଏବଂ ନିଜ ସମ୍ପର୍କରେ କହୁଛନ୍ତି, ଗଣନା ଆଦି କରୁଛନ୍ତି। ଏମିତି ହସି ଖେଳି ପିଲାଙ୍କ ସମୟ ଯାଉଛି। ମାର୍ଚ୍ଚ ପହିଲାରେ ସ୍କୁଲ ଖୋଲିବା ପରେ ମାତ୍ର ୪ ଜଣ ଛାତ୍ରୀଛାତ୍ର ପଢ଼ିବାକୁ ଆସିଥିଲେ। ୫ ତାରିଖ ସୁଦ୍ଧା ସ୍କୁଲକୁ ୧୮୦ ପିଲା ଆସିଲେଣି। ଏହି କଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଗୋଟିଏ ପିଲା ଆଉ ଗୋଟିଏ ପିଲାକୁ କହୁଛି ସ୍କୁଲକୁ ଲୁଡୋ ଆସିଛି ଖେଳିବାକୁ ବହୁ ମଜା ଲାଗୁଛି।

Share