ଡାକ୍ତର,ନର୍ସଙ୍କ ଅବହେଳାରୁ ଶିଶୁ ମୃତ, ହସ୍ପିଟାଲ ସାମ୍ନାରେ ଧାରଣା

ବାଲେଶର ଅଫିସ,୧୧।୧: ବାଲେଶ୍ୱର ସହର ଚିଡ଼ିଆ ପୋଲ ସ୍ଥିତ ଦୁର୍ଗା ନର୍ସିଂହୋମରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଶିଶୁ ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ମୃତ ଶିଶୁ କନ୍ୟାର ପରିବାର ନର୍ସିଂହୋମ ସାମ୍ନାରେ ଧାରଣାରେ ବସିଛନ୍ତି।

ସୂଚନାନୁସାରେ, ନୀଳଗିରି ବ୍ଲକ ଶ୍ୟାମସୁନ୍ଦରପୁର ଅଞ୍ଚଳର ମନୋରଞ୍ଜନ ବେହେରା ଗତ ରବିବାର ନିଜ ଝିଅକୁ ପ୍ରସୂତୀ ପାଇଁ ଦୁର୍ଗା ନର୍ସିଂହୋମରେ ଭର୍ତ୍ତି କରିଥିଲେ। ତେବେ ୪ ଦିନ ତଳେ ଶିଶୁ କନ୍ୟା ଜନ୍ମ ହୋଇଥିବା ବେଳେ ଶିଶୁଟି ସୁସ୍ଥ ଥିଲା। ହେଲେ ମଙ୍ଗଳବାର ସନ୍ଧ୍ୟାରୁ ଶିଶୁଟି ଅସୁସ୍ଥ ଥିବା ଜାଣି ପରିବାର ଲୋକେ କାର୍ଯ୍ୟରତ ନର୍ସ ଓ ଡାକ୍ତରଙ୍କୁ ଅବଗତ କରିଥିଲେ। ପରିବାର ପକ୍ଷରୁ ବାରମ୍ବାର ଜଣାଇଲା ପରେ ନର୍ସ କି ଡାକ୍ତର ଶିଶୁ ନିକଟରେ ପହଞ୍ଚି ନ ଥିଲେ। ପରେ ବୁଧବାର ସକାଳେ ଶିଶୁଟିର ମୃତ୍ୟୁ ଘଟିଛି। ଅବହେଳା ଯୋଗୁ ଏଭଳି ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ଜଣାପଡିଛି।

Share