କାନ୍ଥ ଭଙ୍ଗା ହେଉଥିବା ବେଳେ ଗଲା ଶିଶୁର ଜୀବନ

କେନ୍ଦୁଝର,୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅଧୀନ ଗୋଳାବନ୍ଧ ଗ୍ରାମରେ ଶୁକ୍ରବାର ମାଟି କାନ୍ଥ ପଡ଼ି ଜଣେ ୨ ବର୍ଷର ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ଘରର କାନ୍ଥ ଭଙ୍ଗା ଯାଉଥିବା ବେଳେ ଚାପି ହୋଇ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୋଳାବନ୍ଧ ମହାକୁଡ଼ ସାହିର ଛଲୁ ମହାକୁଡ଼ଙ୍କ ପୁରୁଣା ଘର କାନ୍ଥକୁ ଭଙ୍ଗା ଯାଉଥିଲା। ଏହି ସମୟରେ ତାଙ୍କ ପୁଅ ସୌରଭ ଉକ୍ତ କାନ୍ଥ ନିକଟରେ ଖେଳୁଥିଲେ। କାନ୍ଥ ଖସି ପଡ଼ିବାରୁ ସେ ମାଟି ତଳେ ଚାପି ହୋଇଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଜଗମୋହନପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ସୌରଭଙ୍କୁ ମୃତ ଘୋଷଣା କରିଥିଲେ। ମୃତଦେହ ବ୍ୟବଚ୍ଛେଦ କରାଯାଇ ଘଟଣାର ତଦନ୍ତ ଚାଲିଥିବା ଥାନା ଅଧିକାରୀ ଅମିତାଭ ଦାସ କହିଛନ୍ତି।

Share