କୋଲକତା,୧୬।୧୧: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏମ୍ପିଙ୍କ କାର ଧକ୍କାରେ ଜଣେ ଚାରି ବର୍ଷର ଶିଶୁର ମୃତ୍ୟୁ ଘଟିଛି। ଏହି କାରଟି ତୃଣମୂଳ କଂଗ୍ରେସ ଏମ୍ପି ଅବୁ ତାହେର ଖାନଙ୍କର ବୋଲି ଜଣାପଡିଛି। ସେ ମୁର୍ସିଦାବାଦର ଏମ୍ପି ଅଛନ୍ତି। ଦୁର୍ଘଟଣା ପରେ ସେ ତୁରନ୍ତ ଶିଶୁଟିକୁ ଡାକ୍ତରଖାନାକୁ ନେଇଥିଲେ। ତେବେ ଚିକିତ୍ସା ସମୟରେ ଶିଶୁଟିର ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ଡାକ୍ତରଖାନାରେ ପହଞ୍ଚିଥିବା ଶିଶୁର ମାତାପିତା ହଙ୍ଗାମା ସୃଷ୍ଟି କରିଥିଲେ। ଏହି ଦୁର୍ଘଟଣା ସମ୍ପର୍କରେ ଏମ୍ପି କହିଛନ୍ତି, ପିଲାଟି ହଠାତ୍ କାର ଆଗକୁ ପଶି ଆସିଥିଲେ। ଫଳରେ ଦୁର୍ଘଟଣା ଘଟିଥିଲା। ଆମେ ତାଙ୍କୁ ଡାକ୍ତରଖାନା ମଧ୍ୟ ନେଇଥିଲୁ। ବୋଧହୁଏ ତାଙ୍କର ମସ୍ତିଷ୍କରେ ଆଘାତ ଲାଗିଥିଲା।