Categories: ଜାତୀୟ

ବୋର୍‌ଓ୍ବେଲ୍‌ରେ ଖସିଥିବା ଶିଶୁର ମୃତ୍ୟୁ

ଭୋପାଳ,୯ା୬: ମଧ୍ୟପ୍ରଦେଶର ସେହୋର ଜିଲାରେ ଏକ ବୋର୍‌ଓ୍ବେଲ୍‌ରେ ଖସିପଡ଼ିଥିବା ଅଢ଼େଇ ବର୍ଷର ଶିଶୁକନ୍ୟାର ଗୁରୁବାର ମୃତ୍ୟୁ ଘଟିଛି। ଶିଶୁଟିକୁ ଉଦ୍ଧାର ପାଇଁ ୫୨ ଘଣ୍ଟାର ଉଦ୍ୟମ ବ୍ୟର୍ଥ ଯାଇଛି। ଗୁରୁବାର ଅପରାହ୍ନ ୫ଟା ୩୦ରେ ବୋର୍‌ଓ୍ବେଲରୁ ପିଲାଟିକୁ ବାହାର କରି ହସ୍ପିଟାଲ ନିଆଯାଇଥିବାବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଲାର ମୁଙ୍ଗାଭାଲି ଗ୍ରାମ ନିକଟ କ୍ଷେତରେ ଥିବା ୩୦୦ ଫୁଟ୍‌ ଗଭୀର ବୋର୍‌ଓ୍ବେଲ୍‌ରେ ମଙ୍ଗଳବାର ଅପରାହ୍ନରେ ଶିଶୁଟି ଖସିପଡ଼ିଥିଲା। ପାଇପ୍‌ ସହାୟତାରେ ଶିଶୁକୁ ଅକ୍ସିଜେନ୍‌ ଯୋଗାଇ ଦିଆଯାଇଥିଲା। ସୃଷ୍ଟି ନାମ୍ନୀ ଏହି ଶିଶୁ ୧୦୦ ଫୁଟ୍‌ ଗଭୀରରେ ଅଟକିଥିବାରୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଥିଲା।

Share